ସବୁ ପ୍ରତିବନ୍ଧକକୁ ଗୋଟେ ସୁର୍‌ପୁଟ୍‌ରେ ଶୋଷି ନିଜର୍‌ ଦମ୍‌କୁ ଜାହିର୍‌ କରେ ପ୍ରେମ : ପରିଣତ ବୟସରେ ବାହା ହେଲେ ବୃଦ୍ଧ ବୃଦ୍ଧା

କେନ୍ଦ୍ରାପଡା : ହଜାର ଘାତ ପ୍ରତିଘାତ, ଗଡ଼ାଣି ଚଢ଼ାଣି ବୁଲାଣି, ନିନ୍ଦା ଅପବାଦ, ବୁଝାମଣା ହରଡ଼ଘଣା, ରେରେକାର ହାଣକାଟ୍‌… ସବୁ ପ୍ରତିବନ୍ଧକକୁ ଗୋଟେ ସୁର୍‌ପୁଟ୍‌ରେ ଶୋଷି ନିଜର୍‌ ଦମ୍‌କୁ ଜାହିର୍‌ କରେ ପ୍ରେମ । ଏଥିରେ ଆଉ କାହାର କି କାମ ! ଜାତି, ଗୋତ୍ର, ବୟସର କୌଣସି ଭେଦଭାବ ନାହିଁ ପ୍ରେମ ଆଗରେ । ପ୍ରେମକୁ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳର ଏକ ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପରିଣତ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ପ୍ରେମୀ । ସୂଚନା ଅନୁସାରେ ମହାକାଳପଡା ଗୁଳୁଦିଆ ଗାଁର ଜଣେ ବୃଦ୍ଧ ସ୍ଥାନୀୟ ଜଣେ ବୃଦ୍ଧାଙ୍କୁ ବିବାହ କରିଛନ୍ତି । ବୃଦ୍ଧଙ୍କ ନାମ ହେଉଛି ଶକ୍ତି ପ୍ରସାଦ ମିସ୍ତ୍ରୀ । ତାଙ୍କର ବୟସ ୬୩ ହୋଇଥିବା ବେଳେ ବୃଦ୍ଧାଙ୍କ ଭଜେଶ୍ୱରୀଙ୍କ ବୟସ ୬୭ । ତଥାପି ବୟସର ସୀମା ହାର୍‌ ମାନିଛି ପ୍ରେମ ଆଗରୁ । ବୟସକୁ ଖାତିର ନକରି ଦୁହେଁ ବିବାହ କରିଛନ୍ତି । କୁହାଯାଇଛି, ଧାନ ଅମଳ ସମୟରେ ଭାଜେଶ୍ୱରୀଙ୍କ ପ୍ରେମରେ ପଡିଥିଲେ ଶକ୍ତି । ସେଇଠି ଦେଖାଚାହାଁ, ମନ ଦିଆନିଆ ଓ ପରେ ପରେ ପ୍ରେମ ହୋଇଥିଲା ଉଭୟଙ୍କ ମଧ୍ୟରେ । ସେମାନଙ୍କ ପ୍ରେମ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିବା ବେଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଶପଥ ନେଇଥିଲେ ।

Leave A Reply

Your email address will not be published.