ମା’ ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ନବନିର୍ମିତ ଢୁଲୁଘାଟି ରାସ୍ତା ପାଖରେ ମା’ ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ସ୍ଵାଧୀନତାର ପରବର୍ତ୍ତୀ ସମୟରୁ ଅଞ୍ଚଳର ସାମାଜିକ ଓ ଅର୍ଥ ନୈତିକ ବିକାଶ ପାଇଁ ଧନସୁଳି ପଞ୍ଚାୟତର ଢୁଲୁଘାଟି ଠାରେ ରାସ୍ତା ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲା । ବିଗତ ୭୦ ବର୍ଷ ଧରି ଘାଟିରାସ୍ତା ଲୋକଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଥିଲା । ଅନେକ ଆନ୍ଦୋଳନ ପରେ ବିଗତ ୪ ବର୍ଷ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତୃଟିପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ମନରେ ବିରୋଧାଭାସ ଆସିଥିଲେ ମଧ୍ୟ ନିର୍ମାଣ ଦାୟିତ୍ଵରେ ଥିବା କଳାହାଣ୍ଡି ପୂର୍ତ୍ତ ବିଭାଗ କର୍ଣ୍ଣପାତ କରି ନଥିବା ଲୋକେ ଅଭିଯୋଗ କରନ୍ତି । ସଡକ ନିର୍ମାଣ ତୃଟିପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ମଧ୍ୟ ଗଲା । ଏପରିକି ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରେ କ୍ରମାଗତ ଭାବରେ ଦୁର୍ଘଟଣା ଘାଟି ଅନେକ କ୍ଷତି ସାଧିତ ହେଲା । ଏଭଳି ସ୍ଥିତିରେ ଧନସୁଳି ଗ୍ରାମର ସାଧୁ ମହାଜନ ଧର୍ମୀୟ ବିଶ୍ୱାସକୁ ନେଇ ଲୋକନୁ ସତର୍କ କରେଇବା ପାଇଁ ସେହି ସ୍ଥାନରେ ମା’ ନବଦୁର୍ଗାଙ୍କ ଏକ ପୀଠ ସ୍ଥାପନା କରିଛନ୍ତି । ଯେଉଁଥିରେ ଅଞ୍ଚଳବାସୀଙ୍କ ସହଭାଗିତା ରହିଛି । ମଙ୍ଗଳବାର ଦିନ ଶତାଧିକ ମହିଳା ପୂର୍ଣ୍ଣ କଳସ ଧରି ଘାଟି ରାସ୍ତାରେ ତିନି କିଲୋମିଟର ଯାତ୍ରା କରି ପୀଠସ୍ଥଳୀରେ ପହଞ୍ଚିବା ପରେ ମା’ଙ୍କ ମୂର୍ତ୍ତି ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଲୋକେଶ ମହାଜନ ଓ ଧର୍ମପତ୍ନୀ ହରିପ୍ରୀୟ ମହାଜନ ଯଜମାନ ଭାବରେ ସଂକଳ୍ପ ନେଇଥିବା ବେଳେ ବିଜୟ କୁମାର ତ୍ରିପାଠୀ ପୂଜା କର୍ମ ସମ୍ପନ୍ନ କରିଥିଲେ ।

Leave A Reply

Your email address will not be published.