jayashree

ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ପତ୍ନୀ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ଧର୍ମପତ୍ନୀ ଉର୍ମିଳା ତ୍ରିପାଠୀ(୭୦)ଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଦିନ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତଙ୍କର ସ୍ୱାମୀ ପ୍ରସନ୍ନଙ୍କ ସମେତ ଦୁଇ ପୁତ୍ର ଭବାନୀ ପ୍ରସାଦ ଓ ଗିରିଜା ପ୍ରସାବ, କନ୍ୟା ଜ୍ୟୋସ୍ନାରାଣୀ ଏବଂ ଜ୍ୱାଇଁ କୈଳାସ ରଥ ଉପସ୍ଥିତ ରହିଥିଲେ । ଶ୍ରୀମତୀ ତ୍ରିପାଠୀଙ୍କ ଘର କଣାସ ବ୍ଲକ ଅର୍ନ୍ତଗତ ତ୍ରିଲୋଚନପୁର ଗ୍ରାମର ଅଟନ୍ତି । ସେ ଜଣେ ଧର୍ମପରାୟଣ, ପରୋପକାରୀ, ମେଳାପୀ ଏବଂ ବନ୍ଧୁବତ୍ସଳ ଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ସମଗ୍ର ଅଚଂଳରେ ଶୋକଛାୟା ଖେଳିଯାଇଛି । କୋଭିଡ୍‌ ଶ୍ମଶାନରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Leave A Reply

Your email address will not be published.