କ’ଣ ନିଆଯାଇଛି ପଦକ୍ଷେପ, ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୁଲ୍ୟା ନଦୀ ଶାଖା ଖରଖରୀ ନଦୀ ଶଯ୍ୟା ଅଣଓସାରିଆ ତଥା ଅଗଭୀର ଥିବା ଯୋଗୁଁ ବନ୍ୟା ଜଳ ଋଷିକୁଲ୍ୟା ନଦୀକୁ ନିଷ୍କାସିତ ହୋଇ ନପାରି ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷ ଜମି ଗୁଡିକ ଜଳମଗ୍ନ ହୋଇ ପ୍ରତି ବର୍ଷ ଫସଲ କ୍ଷତି ହେଉଛି । ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ବିଧାନସଭା ଶୀତକାଳୀନ ଅଧିବେସନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ । ଉତ୍ତରରେ ଉପରୋକ୍ତ ବିଷୟରେ ବିଭାଗ ଅବଗତ ଥିବା ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି । ଏହାର ପ୍ରତିକାର ନିମନ୍ତେ ଋଷିକୁଲ୍ୟା, ବାହୁଦା, ବଂଶଧାରା ଓ ନାଗବଳି ଅବବାହିକା ଅନ୍ତର୍ଗତ ବ୍ରହ୍ମପୁର ବିଭାଜନ ଦ୍ୱାରା ଖରଖରୀ ନଦୀର ଋଷୁକୁଲ୍ୟା ନଦୀ ସହ ସଙ୍ଗମ ସ୍ଥଳକୁ ୱେଲ ମାୟୁଥ ସେଫରେ ଓସାରିଆ କରି ୱେଫିଲେକ୍ସ ବଣ୍ଡ କରିବା ବ୍ୟବସ୍ଥା କରାଯାଇଛି । ଏଥିସହ କଂସାରୀଗଣ୍ଡ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଇପିସି ମେଡ଼ରେ ଏହାର ଚୁକ୍ତିନାମା କରାଯାଇଅଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି । ଏଥିପାଇଁ ୪ କୋଟି ୬୨ ଲକ୍ଷ ବ୍ୟୟ ଅଟକଳ କରାଯାଇଛି । ଉକ୍ତ ଟଙ୍କାରେ ଖରଖରୀ ନାଳ ଆରଡ଼ି ୧୯ କିଲୋମିଟର ୯୨୫ ସେଣ୍ଟିମିଟର ଠାରୁ ଆରଡି ୪୬ କିଲୋମିଟର ପର୍ଯ୍ୟନ୍ତ ସର୍ଭେକ୍ଷଣ ଓ ସନ୍ଧାନ କରାଯାଇ ଉନ୍ନତିକରଣ କରାଯିବାର ପ୍ରସ୍ତାବ ରହିଛି । କାର୍ଯ୍ୟ ସମ୍ପୂଣ୍ଣ ହେଲେ ଗଞ୍ଜାମ ବ୍ଲକ ବନ୍ୟା ଜନିତ ଫସଲ କ୍ଷତିରୁ ରକ୍ଷା ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଜଳ ସମ୍ପଦ ମନ୍ତ୍ରୀଙ୍କ ଉତ୍ତରରେ ବିଧାୟକ ଶ୍ରୀ ବେହେରା ଖୁସିବ୍ୟକ୍ତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.