ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସିବିଏସ୍ଇ ଅନୁବନ୍ଧିତ ଅଗ୍ରଣୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ରଙ୍କ ବଳିଷ୍ଠ ନେତୃତ୍ୱ, ଛାତ୍ରମାନଙ୍କୁ ପ୍ରେରଣା ଯୋଗୁଁ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ, ନିଃସ୍ଵାର୍ଥପର ସେବା ମନୋଭାବ ନିଷ୍ଠାପର କର୍ତ୍ତବ୍ୟ ପାଇଁ ଇଣ୍ଡିଆନ ଟେଲେଣ୍ଟ ଓଲମ୍ପିଆଡ ତରଫରୁ ସେ ସର୍ବୋତ୍ତମ ଅଧ୍ୟକ୍ଷ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ଓମ୍ଭେଲି ଶିକ୍ଷାନୁଷ୍ଠାନ ଯାହା ୨୦୦୪ ମସିହାରେ ସହରର ବିଶିଷ୍ଟ ସମାଜସେବୀ, ଲାୟନ ଦୀପକ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ଅଞ୍ଚଳରେ ଶିକ୍ଷାକ୍ଷେତ୍ରର ମାନଦଣ୍ଡ ସ୍ଥାପନ କରିଛି । ଛାତ୍ରମାନେ ହେଲେ ଦେଶର ଭବିଷ୍ୟତ ନାଗରିକ, ଦେଶର ଏହି ଭବିଷ୍ୟତମାନେ ଅର୍ଥାତ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ମୂଳଦୂଆ ଗଠନରେ ଅଧ୍ୟକ୍ଷଙ୍କ ଏହି ଉଲ୍ଲେଖନୀୟ ସଫଳତା, ଆଦର୍ଶ, ପ୍ରେରଣା ସଶକ୍ତ କରିବା ପାଇଁ ନିଶ୍ଚୟ ଦୃଢ଼ ମନୋବଳ ସୃଷ୍ଟି କରିବ ।

Prev Post