jayashree

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ୱିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଉପଦେଷ୍ଟା ଶ୍ରୀ ସାହୁଙ୍କ ସ୍ୱାଗତ ଅଭିଭାଷଣ ପରେ ଅସୁସ୍ଥତା କାରଣରୁ ସଭାରେ ଯୋଗ ଦେଇ ପାରିନଥିବା ଅନୁଷ୍ଠାନର ସାଧାରଣ ସମ୍ପାଦିକା ଅଳକା ଚାନ୍ଦ ଆଭାଷୀ ମାଧ୍ୟମରେ ବାର୍ଷିକ ବିବରଣୀ ପାଠ ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଡାକ୍ତର ପ୍ରଭାତ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ ସମାରୋହରେ ଅତିଥିମାନେ ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର ଏବଂ ଅଳକା ଚାନ୍ଦ ଏହାର ଆତ୍ମା ଭାବେ ଅଭିହିତ କରିଥିଲେ ।

ଏହି ଅବସରରେ ଅତିଥିମାନେ ବିଶିଷ୍ଟ ସଙ୍ଗୀତଜ୍ଞ ବି.ବୁଦ୍ଧପ୍ରସାଦ ରାଓଙ୍କୁ ବସନ୍ତ ସମ୍ମାନ-୨୦୨୩, ବିଶିଷ୍ଟ ନାଟ୍ୟକାର ପ୍ରଫେସର ଡ଼. ସମର ମୁଦାଲିଙ୍କୁ ମୁକ୍ତିକାନ୍ତ ନାଟ୍ୟ ସମ୍ମାନ-୨୦୨୩ ଏବଂ ବିଶିଷ୍ଟ କବି ଅଙ୍ଗୁର ବାଳା ପରିଡ଼ାଙ୍କୁ ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନ-୨୦୨୩ରେ ସମ୍ମାନିତ କରାଯିବା ସହ ସମ୍ମାନିତ ଅତିଥି ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଗଣେଶ ପ୍ରସାଦ ବାଗେଡିଆଙ୍କୁ ବସନ୍ତ ଉତ୍ତରୀୟ -୨୦୨୩ରେ ସମ୍ମାନିତ କରାଯାଇଥିଲା । ସ୍ନେହଲତା ନାୟକ, ଅନୀଲ କୁମାର ମଲ୍ଲିକ ଏବଂ ସୁଶାନ୍ତ କୁମାର ନାୟକ ମାନପତ୍ର ପାଠ କରିଥିଲେ । ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା ପ୍ରାରମ୍ଭରେ ଅଳକା ଚାନ୍ଦଙ୍କ ଦ୍ୱାରା ରଚିତ ଏବଂ ବାବାଜୀ ଚରଣ ବିଶ୍ୱାଳ ଓ ବିଭୂତି ପତିଙ୍କ ସ୍ୱର ସଂଯୋଜନାରେ ‘ବସନ୍ତ ସଂଗୀତ’ ଓ ‘ଏ ବସନ୍ତ ଋତୁ ରାଜ…’ ଅନୁଷ୍ଠାନର ଛାତ୍ରଛାତ୍ରୀ ସରସ୍ଵତୀ ନାଗ, ସୁଶ୍ରୀ ସଙ୍ଗୀତା ପଣ୍ଡା, ତନୁଶ୍ରୀ ସ୍ୱାଇଁ, ଅଙ୍କିତା ବେହେରା, ବିପିନ ନାୟକ, ଦୀପକ ରାଉତ, ପ୍ରତ୍ୟୁଷ ପଦାରବିନ୍ଦ, ଚତୁର ସାହୁ ଏବଂ ଦେବରଞ୍ଜନ ସାମଲ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ଗୁରୁ ବାବାଜୀ ଚରଣ ବିଶ୍ୱାଳ, ମନୋଜ କୁମାର ନାୟକ, ବିବେକାନନ୍ଦ ପଣ୍ଡା, ବିଭୂତି ପତି ଏବଂ ଗୁରୁ ବି.ଚନ୍ଦ୍ରଶେଖର ରାଓ ସହଯୋଗ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ବି. ବୁଦ୍ଧ ପ୍ରସାଦ ରାଓ ଶାସ୍ତ୍ରୀୟ ସଙ୍ଗୀତ ଗାନ ଏବଂ ଅନୁଷ୍ଠାନର ଶିଳ୍ପୀମାନଙ୍କର ମନୋମୁଗ୍ଧକର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଅନୀଲ ମଲ୍ଲିକ ମଞ୍ଚ ସଂଯୋଜନା କରିଥିବା ବେଳେ ଅଭୟ କୁମାର ଦାସ, ପ୍ରତାପ କୁମାର ରାୟ, ଅନିନ୍ଦିତା ମାଇତି, ଲକ୍ଷ୍ମଣ ନାଥ ଦାସ, ସନ୍ତୋଷ କୁମାର ମଲ୍ଲିକ, ଜୟଶ୍ରୀ ଦାସ, ସୁପ୍ରଭା ରାୟ, ରାଜଲକ୍ଷ୍ମୀ ଦାଶ, କସ୍ତୁରୀକା ତ୍ରିପାଠୀ ଏବଂ ସୁନୀତା ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.