oom

ପଦ୍ମପୁର ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ ଯାହା କଂଗ୍ରେସ ୬୦ବର୍ଷ ଶାସନ କଲା ସମୟରେ କେବେ କରି ନଥିଲା ତାହା ଆଜି ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାର ଜଣେ ଗରିବ ଘରର ଝିଅ ଆଦିବାସୀ ମହିଳାଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛନ୍ତି । ବହୁତ ଏନଡିଏରେ ସାମିଲ ନଥିବା ଦଳ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ଦୁର୍ଭାଗ୍ୟର ବିଷୟ ଯେ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାର ଅସାମାଜିକ ମନ୍ତବ୍ୟ ଦେଇଛନ୍ତି । ସେଥିପାଇଁ ଆଜି ଅଜୟ କୁମାର ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ପଦ୍ମପୁର ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହିତ କୁଶ ପୁତ୍ତଳିକା ଦାହ କରାଯିବା ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାର ଦେଶବାସୀଙ୍କ ସମ୍ମୁଖରେ କ୍ଷମା ମାଗିବା ପାଇଁ ଦାବୀ କରା ଯାଇଥିଲା । ଏହି ସମୟରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ହରି ସିଂ, ଅଶୋକ ମିଶ୍ର, ନରୁତ୍ତମ ପ୍ରଧାନ, କୁନାଲ ପାଣିଗ୍ରାହୀ, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ମଣ୍ଟୁ ପାଣ୍ଡେ, ଦିନେଶ ବାରିକ, ଲକ୍ଷ୍ମୀକାନ୍ତ ବରିହା, ସପନ ମହାନ୍ତି, ଦିପକ ବାରିକ, ୱାରିଶ ଖାଁ, ସୁମିତ ଘିୱାଳ, ପେର୍ମା ଭୋଇ, ଶ୍ୟାମ ଚୌଧିର, ରାଜୁ ସାହୁ, କାହ୍ନା ବାରିକ, ଦିଲୀପ ଧାରୁଆ, ରୋହିତ ସେଟ, ହ୍ରତିକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.