oom

ବଲାଙ୍ଗିର ଲକ୍ଷ୍ମୀଜୋର ପୋଲିସ ଷ୍ଟେସନ କାର୍ଯ୍ୟକ୍ଷମ ପାଇଁ ଦାବି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇଛି । ଅଗଷ୍ଟ ୨୦୨୨ରେ ପ୍ରସ୍ତାବିତ ଲକ୍ଷ୍ମୀଯୋର ପୋଲିସ ଷ୍ଟେସନ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନଥିବାରୁ ସଂଘ ଅସନ୍ତୋଷ ବ୍ୟକ୍ତ କରି ସଂଘର ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ୱରେ ତୁରନ୍ତ ସଠିକ୍ ସ୍ଥାନରେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି ବଲାଙ୍ଗିର ସହର ମଧ୍ୟରେ ଚୋରୀ, ଡକାୟତି, ଲୁଟ ଆଦି ଅପରାଧିକ କାର୍ଯ୍ୟକଳାପ ଅନେକାଂଶରେ ତୁରନ୍ତ ସମାଧାନ ହୋଇପାରିବ ବୋଲି ଆରକ୍ଷୀ ଅଧିକ୍ଷକଙ୍କ ସହ ସଂଘର ସଭାପତି ଶ୍ରୀ ମହାରଣା, ଉପ ସଭାପତି ରାଜ କିଶୋର ଦାଶ, ସଂପାଦକ ଡା. ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, କାର୍ଯ୍ୟକାରୀ ସଦସ୍ୟ ମୋହନ ଗୋପାଳ ପଣ୍ଡା, ସଲିମ ଖାନ, ସତ୍ୟ ନାରାୟଣ ପଣ୍ଡା, ଡା. ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.