ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମଡିପଦର ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ କ୍ରିଷ୍ଣା ଗିରି ବୋଲି ଜଣାପଡିଛି । ସେ ନିଜ ମାଉସୀ ପୁଅ ଅମନ ଗିରିଙ୍କ ସହିତ ରାଉରକେଲାରୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ମୃତକ କ୍ରିଷ୍ଣା ଓ ଅମନ କୁମୁଡିପଦରରେ ଥିବା ଫ୍ୟାକ୍ଟ୍ରିକୁ ପାଚେରୀ ପାଇଁ ବ୍ୟବହୃତ ସିମେଣ୍ଟ ପ୍ଲେଟ ନେବା ପାଇଁ ୧୮ ତାରିଖ ଦିନ ସନ୍ଧ୍ୟାରେ ଆସିଥିଲେ । ଟ୍ରକ୍ରେ ସିମେଣ୍ଟ ପ୍ଲେଟ ଲୋଡ୍ କରୁଥିବା ସମୟରେ କ୍ରିଷ୍ଣା ଗାଧୋଇକି ଆସୁଛି କହି କୁଆଡ଼େ ଚାଲି ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନଫେରିବାରୁ ୧୦ଟାରେ କୁମୁଡ଼ିପଦର ପୋଖରୀ ହିଡ ଉପରେ ପ୍ୟାଣ୍ଟସାର୍ଟ ଥିବା ଦେଖିବାକୁ ପାଇଥିଲେ । ଶନିବାର ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ଉକ୍ତ ପୋଖରୀରେ ଖୋଜାଖୋଜି କରି ବିଫଳ ହେବାରୁ ବଲାଙ୍ଗିରରୁ ଓଡ୍ରାଫ୍ ଟିମ୍କୁ ଖବର ଦିଆଯାଇଥିଲା । ଓଡ୍ରାଫ୍ ଟିମ୍ ଓ ଟିଟିଲାଗଡ଼ ପୋଲିସର ଉପସ୍ଥିତିରେ ଦୀର୍ଘ ୨୦ ଘଣ୍ଟା ଖୋଜାଖୋଜି କରି ଗତ ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଦେଇଥିବା ବେଳେ କ୍ରିଷ୍ଣାଙ୍କ ମୃତ୍ୟୁ କିଭଳି ହୋଇଛି ତାହା ବ୍ୟବଚ୍ଛେଦ ରିର୍ପୋଟ ଆସିଲା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Next Post