
ସଇଁତଲା, (ଖୁସିରାଣୀ ସାହୁ) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ଗାଁର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ ଉମାକାନ୍ତ ରଣାଙ୍କ ପୁଅ ଚନ୍ଦନ ରଣା ମାଟ୍ରିକ ପରୀକ୍ଷାରେ ୫୪୭ ମାର୍କ ରଖି ଅଂଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ତାଙ୍କ ବାପା ମା ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ସହ କଠିକ ପରିଶ୍ରମ ଯୋଗୁଁ ମାଟ୍ରିକ ପରୀକ୍ଷାରେ ଚନ୍ଦନ ସଫଳତା ପାଇ ଥିବା ନେଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥି ପାଇଁ ତାଙ୍କୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।