oom

ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଭୁବନେଶ୍ୱରରେ କରିବେ ବିଶାଳ ରୋଡ୍‌ ସୋ’

jsmm

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ ବିମାନବନ୍ଦରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯିବ । ଏହାପରେ ସେ ରୋଡ୍‌ ସୋ’ କରିବେ । ତ୍ରିରଙ୍ଗା ଯାତ୍ରାରେ ବି ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟାଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଆରମ୍ଭ ହୋଇଛି । ବିଜେପି କାର୍ଯ୍ୟାଳୟରେ ଏ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ଜନତା ମଇଦାନରେ ବିଶାଳ ଜନ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଏଥିପାଇଁ ୬୦ ଓଏଏସ୍‌ ସହଯୋଗ କରିବାକୁ ସରକାରୀ ଭାବେ ନିର୍ଦ୍ଦେଶ ଜାରି ହୋଇଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଷଷ୍ଠ ଥର ପାଇଁ ଗସ୍ତରେ ଆସୁଛନ୍ତି । ଜନତା ମଇଦାନରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଲକ୍ଷାଧିକ ଲୋକଙ୍କୁ ଏକଜୁଟ କରିବାକୁ ପ୍ରସ୍ତୁତି ତେଜିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ୬୦ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଅଫିସରମାନେ ୧୮ତାରିଖ ଅପରାହ୍ନ ୩ଟାରେ ଜନତା ମଇଦାନରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ବିଭିନ୍ନ କମ୍ୟୁନିଟି ୱାର୍କରଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବାକୁ ସରକାର ଜିଲ୍ଲାପାଳ ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ସଭାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ । ପ୍ରଧାନମନ୍ତ୍ରୀ ନୂଆ ଯୋଜନା ଘୋଷଣା କରିପାରନ୍ତି । ମହାପୁରୁଷ ଆଦର୍ଶ ଗାଁ ଯୋଜନା ବି ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.