ବିଶିଷ୍ଟ ସମାଜସେବୀ ବିପିନ ବିହାରୀଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଁଇପୁର ଗ୍ରାମ ପଞ୍ଚାୟତ ଏକ ମୁରବୀଙ୍କୁ ହରାଇବା ଖବର ଯୋଗୁଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସଡାଙ୍ଗୋଇ ଗ୍ରାମର ବିପିନ ବିହାରୀ ପରିଡା ୮୪ ବର୍ଷ ବୟସରେ ଆଜି ପୂର୍ବାହ୍‌ହ୍ନ ୧୦.୧୫ ସମୟରେ ଦେହତ୍ୟାଗ କରିଛନ୍ତି । ସେ ସଡାଙ୍ଗୋଇ ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ ଥିଲେ । ସଡାଙ୍ଗୋଇ ହାଇସ୍କୁଲ ପ୍ରତିଷ୍ଠା ପାଇଁ ସେ ନିଜର ପୈତୃକ ସମ୍ପତ୍ତିରୁ ଦୁଇ ଏକର ଜମି ଦାନ କରିଥିବା ବେଳେ ସଡାଙ୍ଗୋଇ ମଧ୍ୟ ଇଂରାଜୀ ସ୍କୁଲ ଓ ଏଏନଏମ୍ ସେଣ୍ଟର ପାଇଁ ଜମି ଦାନ କରିଥିଲେ। ସେ ଓ ତାଙ୍କ ସାନ ଭାଇ ତିନୋଟି ଶିକ୍ଷକଙ୍କର ଦଶ ବର୍ଷ ପାଇଁ ସମସ୍ତ ଦାୟିତ୍ବ ନେଇଥିଲେ । ସଡାଙ୍ଗୋଇ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଓ ସହକର୍ମୀ ମାନେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ବ୍ୟତୀତ ଗ୍ରାମର ଦିଅଁ ଦେଉଳ ନୀତିକାନ୍ତି, ଯାନିଯାତ୍ରା, ଷୋଳପୂଜା ମାଲିକାନା ଇତ୍ୟାଦିର ମୁରବୀ ଥିଲେ । ସେ ସ୍ବର୍ଗତ ଲୋକନାଥ ପରିଡାଙ୍କର ପୁତ୍ର ଥିଲେ । ପ୍ରାଧ୍ୟାପକ ଲକ୍ଷ୍ମଣ ପରିଡା ତାଙ୍କର ଭାଇ ଥିବା ବେଳେ ତାଙ୍କର ସାନଭାଇଙ୍କ ପୁଅ ଏବେ ଚାଁଇପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅଛନ୍ତି । ତାଙ୍କର ଅକାଳ ବିୟୋଗରେ ଅଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.