ରାଜ୍ୟ ପାରାସନ୍ତରଣ ପ୍ରତିଯୋଗିତା ୨୯ରୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନ ଧରି କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଓଡିଶା ରାଜ୍ୟ ପାରାସନ୍ତରଣ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିତା ପାରା ସ୍ପୋର୍ଟସ ଆସୋସିଏସନ୍‌ ଓଡିଶା, ରାଜ୍ୟ କ୍ରୀଡା ବିଭାଗ ଓ ଓଡିଶା ସନ୍ତରଣ ସଙ୍ଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାର ବିଜେତା ସହିତ ଅନ୍ୟୁନ ଯୋଗ୍ୟତା ମାନଦଣ୍ଡ ଅତିକ୍ରମ କରୁଥିବା ଖେଳାଳି ହିଁ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତା ପାଇଁ ସିଧାସଳଖ ମନୋନୀତ ହେବେ । ପ୍ରତିଯୋଗିତାରେ ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ଖେଳାଳିଙ୍କ ବର୍ଗରେ ପ୍ରତିଦ୍ୱନ୍ଦିତା ହେବ । ଅଧିକ ସୂଚନା ପାଇଁ ୯୮୬୧୦୦୯୩୯୬, ୯୦୯୦୩୯୭୯୦୯, ୮୯୧୭୩୮୪୨୮୩ରେ ଯୋଗାଯୋଗ କରିବା କିମ୍ବା [email protected]ରେ ଅକ୍ଟୋବର ୨୭ ତାରିଖ ରାତି ସୁଧା ନିଜର ଫର୍ମ ପଠାଇପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.