om academy

ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଅନ୍ତର୍ଗତ ସଲଡିହ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପାରୁନାହିଁ । ସରକାର ପ୍ରତ୍ୟେକ ଗ୍ରାମରେ ସହରରେ ଜଳ ପରିମଳ ବିଭାଗ ଦ୍ବାରା ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ତେଣୁ କେତେକ ଗ୍ରାମରେ ପାଣିଟାଙ୍କି ନିର୍ମାଣ କରିଛନ୍ତି । ଏହି କ୍ରମରେ ସଲଡିହ ଅଞ୍ଚଳରେ ଏକ ଉପାନ୍ତ ଅଞ୍ଚଳ ଅଟେ । ସେଠାରେ ଦୀର୍ଘ ଏକ ବର୍ଷ ହେଲାଣି ଗ୍ରାମରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଣିଟାଙ୍କି ନିର୍ମିତ ହୋଇଛି ଏବଂ ପାଣି ପାଇପ ସଂଯୋଗ କରାଯାଇଅଛି । ମାତ୍ର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ୍‌ ହୋଇଅଛି । ତାହା କେଉଁ କାରଣରୁ ଏପରି କାର୍ଯ୍ୟକ୍ଷମ ହୋଇନାହିଁ କାହାକୁ ଜଣାନାହିଁ । ତେବେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.