ପେରିୟାରଙ୍କ ୧୪୬ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ରପଡା ବଲାଙ୍ଗିର ଠାରେ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ, କାନ୍ତି ଲାଲ ମୁଗ୍ରୀ ମଞ୍ଚାସୀନ ଥିଲେ । ଆଲୋଚନାଚକ୍ରରେ ଭାରତୀୟ ସମାଜ ନିର୍ମାଣରେ ପେରିୟାରଙ୍କ ଭୂମିକା ଶିର୍ଷକ ଆଲୋଚନାରେ ଶଙ୍କର ପାତ୍ର, ପ୍ରଦେଶୀ ବିଶ୍ଵାଲ, କାନ୍ତୀଲାଲ ମୁଗ୍ରୀ, ରାଣା ନାଗ, ବାଲିଚରଣ ବାରିକ, ଆନନ୍ଦ ପଧାନ, ତ୍ରିଲୋଚନ ନନ୍ଦ, ତରଣୀ ଦିପ, ରାମଦାସ ମାଝୀ, ଟଙ୍କଧର ଗଡତ୍ୟା, ଉତ୍ତମ ଖମାରୀ, ଅର୍ଜୁନ ମୁଗ୍ରୀ ଅଶୋକ କଲେତ, ସୁଧୀର ପ୍ରଧାନ ରାହାସ ବିହାରି ମାଝୀ, ନବସେତୁ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ମଧୁସୂଦନ କ୍ଷେତୀ, ଦୈତାରି ସାହୁ, ବିକ୍ରମ ମହାନନ୍ଦ, ରାଜେନ୍ଦ୍ର ବେହେରା, କିଶନ ମନହିରା, ବିନୋଦ କୁମାର, ସନ୍ଦିପ ଦୀପ, ସଞ୍ଜିବ ସୁନା, ଅନୀଲ ତାଣ୍ଡି, ପ୍ରକାଶ ନାଗ, ମଞ୍ଜରୀ ପଟେଲ, ସୁବାସିନୀ ସାହୁ, ସରସ୍ଵତୀ ସାହୁ, ଭୁବନ ନାଗ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.