lika

ଯୁବ କୁଲୁତା ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ପାଳିତ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ତଥା କୁଲୁତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଦିନଟିକୁ କୁଲୁତା ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ । ଏଥିରେ କୁମଦିନି ଭୋଇ ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରିଥିଲେ । ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପୂଜା ଉତ୍ସବର ସଂପାଦକ ଭୁବନେଶ୍ୱର ଭୋଇ, ଉପସଭାପତି ଜିତେନ୍ଦ୍ର ବିଶ୍ୱାଲ, କୋଷାଧ୍ୟକ୍ଷ ଅମିତ ବାରିକ, ଜିଲ୍ଲା କମିଟି ସଦସ୍ୟ ଅସ୍ମିତ ପ୍ରଧାନ, ମୁକେଶ ପ୍ରଧାନ, ଗଙ୍ଗାଧର ସା, ସୁଧିର ସା, ବିଶ୍ୱନାଥ ବିଶ୍ୱା, ଚନ୍ଦ୍ରଚୁଳ ସାହୁ, ଶୁଭମ୍‌ ଗଡତ୍ୟା, ସୁଧାରାଣୀ ବିଶ୍ୱାଲ, ସୁଜାତା ସାହୁ, ସିଦ୍ଧୁ ଭୋଇ, ବାସୁଦେବ ସାହୁ, ଉମେଶ ଗଡତ୍ୟା, ବିଶ୍ୱଜିତ ପ୍ରଧାନଙ୍କ ସମେତ ପାଟଣାଗଡ, ବଲାଙ୍ଗିର, ପୁଇଁନ୍ତଲା, ଦେଓଗାଁ, ଲୋଇସିଂହା, ଗୁଡଭେଲା ବ୍ଲକର ଅନେକ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଯୁବ କୁଲୁତା ସମାଜର ନିଜସ୍ୱ ଏକ କୁଲୁତା ଭବନ କିପରି ହୋଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା । ଏଥିରେ ରକ୍ତ ପାଇଁ କାହାରିକୁ ମରିବାକୁ ଦେବା ନାହିଁ ବୋଲି ଯୁବ ସଦସ୍ୟଗଣ ମା’ ରାମଚଣ୍ଡୀଙ୍କ ଠାରେ ପ୍ରତିଜ୍ଞା କରିଥିଲେ । ଶେଷରେ ପ୍ରସାଦ ସେବନ ପରେ ସଭା ସାଙ୍ଗ ହୋଇଥିଲା ।

babaa
Leave A Reply

Your email address will not be published.