oom

ସୁରଜ୍‍ମଲ୍‍ କଲେଜରେ ୧୬୧ତମ ଗଙ୍ଗାଧର ଜୟନ୍ତୀ ପାଳିତ

jsmm

ରେଙ୍ଗାଲି : ରେଙ୍ଗାଲିଠାରେ ଥିବା ସୁରଜ୍‍ମଲ୍‍ କଲେଜରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳେଜ ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗର ପ୍ରାଧ୍ୟାପକ ଅଖିଳ ବିଶ୍ୱାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱଭାବ କବି ଗଙ୍ଗାଧର ତାଙ୍କ ଲେଖନୀ ମାଧ୍ୟମରେ ସମଗ୍ର ବିଶ୍ୱକୁ ଅମୃତ ଏବଂ ମାନବିକତାର ବାଣୀ ଶୁଣାଇଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ନେତାଜୀ ସୁବାଷଚନ୍ଦ୍ର ବୋଷ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରାବନ୍ଧିକ ଡ.ଶ୍ୟାମ ଭୋଇ ତାଙ୍କ ବକ୍ତବ୍ୟରେ ଗଙ୍ଗାଧରଙ୍କୁ ଚିରକାଳର ସାହିତ୍ୟ ସ୍ରଷ୍ଟା ବୋଲି ଅଭିହିତ କରିଥିଲେ । ପ୍ରାରମ୍ଭରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଓଡିଆ ବିଭାଗ ଅଧ୍ୟାପକ ଅଜୟ କୁମାର ସାହୁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରାଦନ କରିବା ସହିତ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଗଙ୍ଗାଧର ସାହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଦିବଙ୍ଗତ ଆତ୍ମାର ସଦ୍‍ଗତି ନିମନ୍ତେ ଦୁଇ ମନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଅଧ୍ୟାପକ ଡ.ନରେଶଚନ୍ଦ୍ର ଅଗ୍ରଓାଲା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.