oom

ଗରିମା ପରିବାରର ବିଷୁବ ପଣା ସଂକ୍ରାନ୍ତି ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ତୃତୀୟ ଓଡ଼ିଆ ନବବର୍ଷ ଓ ବିଷୁବ ପଣା ସଂକ୍ରାନ୍ତି ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଅଧ୍ୟକ୍ଷତା ସଭାପତି ମମତା ନାଏକ ଓ ସମ୍ପାଦିକା ଡ଼ଃ ସରିତା ମଲ୍ଲଙ୍କ ଆବାହକତ୍ଵ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହିରାଲାଲ ମହାପାତ୍ର, ସନ୍ତୋଷ ଅଗ୍ରୱାଲ , ପୃଷ୍ଟପୋଷକ ସୁନିଲ କାୟଲ ଓ ଡା ସ୍ୱୟଂସ୍ତୁତି ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଗରିମା ପରିବାରର ସଦସ୍ୟାମାନଙ୍କ ଦ୍ୱାରା ଯୋଗ ମାଧ୍ୟମରେ ନୃତ୍ୟ, ଫେସନ ସୋ, ଓଡିଶୀ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହା ଅତିଥି ମାନଙ୍କ ସହ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ସଂସ୍କୃତି, ପରମ୍ପରାକୁ ପ୍ରଶଂସା କରିବା ଓ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ଆଶାଦୀପର ସବିତା ପଟ୍ଟନାୟକଙ୍କୁ ସମାଜସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉପଦେଷ୍ଟା ରଶ୍ମିତ ସାହାଣୀ, ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପରିବାରର ଡ଼ଃ ସରିତା ମଲ୍ଲ, ସୁମିତା ପଟ୍ଟନାୟକ, ଶଙ୍କରିନା ପ୍ରଧାନ, ପ୍ରଣତୀ ପଟ୍ଟନାୟକ, ଶାନ୍ତିଲତା ବାରିକ, ଶର୍ମିଲା ରାଜଗୁରୁ, ଲୁସି ଦାଶ, ରେବତୀ ବାରିକ, ସନ୍ତୋଷୀ ମଲ୍ଲିକ, ରଶ୍ମି ନାୟକ, ମମତା ଦାଶ, ସୁନିତା ଶ୍ରୀନିବାସନ, ମୀନତି ମୋଦୀ, ଭାଗ୍ୟଶ୍ରୀ ଦାସ, ତପସ୍ୱିନୀ ପାତ୍ର, ଦେବସ୍ମିତା ଶତପଥୀ, ଲୀନା ତ୍ରିପାଠୀ, ମୀନାକ୍ଷୀ ପାଢ଼ୀ, ରଶ୍ମିତା ଚୈ।ଧୁରୀ, ଶୁଭଲକ୍ଷ୍ମୀ ପାତ୍ର,ମୈ।ସୁମୀ ଆଚାର୍ୟ୍ୟ, ସସ୍ମିତା ମିଶ୍ର, ମଞ୍ଜୁ ରାଣୀ ମେହେର,ରିମି ଚକ୍ରବର୍ତ୍ତୀ,ଅଞ୍ଜୁ ପାଣ୍ଡେ,ରଞ୍ଜିତା ଶତପଥୀ, ବ୍ରତତୀ ପ୍ରଧାନ, ମୋନାଲିସା ଗୈାଡ, ବିଷ୍ଣୁପ୍ରିୟା ଦାଶ, ଗାୟତ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.