oom

ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ନୂତନ ଉପ ସଭାପତି ହେଲେ ଲଳିତ ଜଗତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଲଳିତ ଜଗତ ଜଣେ ଉଚ୍ଚ ଶିକ୍ଷିତ ତଥା ଲୋକ କଳାରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଅଛି । ଶ୍ରୀ ଜଗତ ଲୋକକଳାର ବହୁମୁଖୀ ପ୍ରତିଭାଧାରୀ ଜଣେ ଗାୟକ, ବାୟକ, ନୃତ୍ୟଶିଳ୍‌ଳ୍ପୀ, କବି, ସାହିତ୍ୟକ, ଗୀତିକାର, ନାଟ୍ୟକାର ତଥା ନିର୍ଦ୍ଦେଶକ । କଳା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ଅଭିପ୍ସା ଅନୁଷ୍ଠାନ ତରଫରୁ ନାଟ୍ୟ ରତ୍ନ, ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା (ସ୍କାଟ୍-ଓଡିଶା)ରୁ ଉପାଧି, ରାଜ୍ୟ ପ୍ରତିଭା ଓ କଳାକାର ପଞ୍ଜୀକରଣ ସଂଘ, ଓଡ଼ିଶା (ଷ୍ଟାର୍ – ଓଡ଼ିଶା) ତରଫରୁ କଳିଙ୍ଗ ରତ୍ନ, ମନସ୍ଵିନୀ ଅନୁଷ୍ଠାନରୁ ମଞ୍ଚ ଗୌରବ ସମ୍ମାନ ଓ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ସ୍ଵର୍ଗତ ଅରୁଣ ଜେଟଲୀ ସ୍ମୃତି ସମ୍ମାନ ପାଇଛନ୍ତି । ଏମିତି ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା, ଉପାଧି, ସମ୍ମାନ ପାଇ ଏ ଅଞ୍ଚଳରେ ସଫଳ କଳାକାର ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କ ନିଜସ୍ଵର ରେଜିଷ୍ଟ୍ରିଭୁକ୍ତ ଏକ ଫୋକ୍‌ ଡ୍ୟାନ୍ସ “ଉପାୟ “ସାଂସ୍କୃତିକ ଅନୁଷ୍ଠାନ ଅଛି । ଅନେକ ଲୋକ ମହୋତ୍ସବରେ ଅଂଶ ଗ୍ରହଣ କରି ବହୁତ ପୁରସ୍କାର ପାଇଛନ୍ତି । ବର୍ତ୍ତମାନ ସେ ବିଭିନ୍ନ କଳା ସଂଘ ଓ ଅନୁଷ୍ଠାନରେ ରହି ସଫଳ ଭାବରେ କାର୍ୟ୍ୟ ସମ୍ପାଦନ କରୁଛନ୍ତି । ଏ ଖବର ପାଇ ପାଇକମାଲ ଅଞ୍ଚଳର ସମସ୍ତ କଳାକାର ସଂଘ ଓ ପାଇକମାଳ ବ୍ଲକ କଳାକାର ମହାସଂଘ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏଥର ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉନ୍ନତି ହେବା ସଙ୍ଗେ ସଙ୍ଗେ ସମସ୍ତ କଳାକାର ଠିକ୍ ଭାବେ ସଂସ୍କୃତି ବିଭାଗ ତରଫରୁ ସୁବିଧା ସୁଯୋଗ ପାଇପାରିବେ, ଏହି ଆଶା ରଖି ମହାସଂଘର ସଭାପତି ପ୍ରେମ୍ ସାଗର ଫୌଜଦାର, ମହାସଂଘର ସମସ୍ତ ସଭ୍ୟଙ୍କ ତରଫରୁ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.