oom

ଓବିସି ଜନଜାଗରଣ ଯାତ୍ରା ରଥକୁ ଭବ୍ୟ ସ୍ୱାଗତ

jsmm

କଂଟାବାଂଜି, (ଗୁରୁ ଦୟାଲ ହଂସ) : କଂଟାବାଂଜି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର (ଶାସ୍ତ୍ରୀ ଛକ) ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ଛଅଟାରେ ଓବିସି ଜନ ଜାଗରଣ ଯାତ୍ରା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କଂଟାବାଂଜି ଓବିସି ମଂଚର ଆବାହାକ ଶେଷଦେବ ପୁଟେଲଙ୍କ ନେତୃତ୍ୱରେ ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଛି । ନଭେମ୍ବର ୨୬ ତାରିଖରୁ ଝାରସୁଗୁଡା ରାମଚଣ୍ଡି ମନ୍ଦିରରୁ ଏହି ଓବିସି ଜନଜାଗରଣ ରଥ ଆରମ୍ଭ ହୋଇ ବୌଦ୍ଧ, ସୋନପୁର, ବଲାଙ୍ଗିରର ଖପ୍ରାଖୋଲ, ବେଲପଡା ବ୍ଲକ ଦେଇ ସନ୍ଧ୍ୟା ସାଢେ ଛଅଟାରେ କଂଟାବାଂଜିରେ ପହଂଚିଥିଲା । ଓଡିଶା ରାଜ୍ୟ ଓବିସି ମଂଚର ସଭାପତି ଶଙ୍କର ପାତ୍ର, ସମ୍ପାଦକ ପରଦେଶୀ ବିଶ୍ୱାଲ, କୋଷାଧ୍ୟକ୍ଷ ବିରଂଚି ସାହୁଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଓବିସି ଜନଜାଗରଣ ଯାତ୍ରାର ୧୩ ଗୋଟି ଦାବୀ ଉପରେ ସଚେତନ କରାଯାଉଛି । କଂଟାବାଂଜିରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯାଦବ ସମାଜ ତରଫରୁ ବେଦବ୍ୟାସ ନାଗ, ଘନଶ୍ୟାମ ଗହିର, ଗୁରୁ ଦୟାଲ ହଂସ, ଶୁଣ୍ଡି ସମାଜରୁ ସୁରଥ ବେହେରା, ଶୈଲେନ୍ଦ୍ର ବେହେରା, ବିଷର୍ବ ବେହେରା, ରାଜେନ୍ଦ୍ର ବେହେରା, ବାରିକ ସମାଜରୁ ଦେବାର ବାରିକ, ବିଜୟ ବାରିକ, ମାଲି ସମାଜରୁ ବିଜୟ ପୁଟେଲ, ନରେଶ ପୁଟେଲ, ତେଲି ସମାଜରୁ ଦାମୋଦର ସାହୁ ସହ ବିଭିନ୍ନ ସମାଜରୁ ଶତାଧିକ ଓବିସି ସଂପ୍ରଦାୟର ଲୋକେ ସାମିଲ ହୋଇଥିଲେ । ଏହି ସଭାକୁ ସୁରଥ ବେହେରା ମଂଚ ପରିଚାଳନା କରିଥିଲେ । କଂଟାବାଂଜିରେ ଓବିସି ଜନଜାଗରଣ ରଥ କଂଟାବାଂଜିରେ ରାତ୍ରୀ ରହଣି ପରେ ସକାଳୁ ବଙ୍ଗୋମୁଣ୍ଡା ଦେଇ ଟିଟିଲାଗଡ ଅଭିମୂଖେ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.