centurian jitm

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହିତ ନିଆରା ଢଙ୍ଗରେ ନୂଆଁଖାଇ ପାଳନ

nschool

ସୁନ୍ଦରଗଡ଼ : ନିଜର ନିଆରା କାର୍ଯ୍ୟକ୍ରମ ଦ୍ୱାରା ସର୍ବଦା ଚର୍ଚ୍ଚାରେ ରହି ଆସିଥିବା ଟିମ୍‌ ଶ୍ମଶାନ ବନ୍ଧୁର ସଦସ୍ୟମାନେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଟିମ୍‌ ଶ୍ମଶାନ ବନ୍ଧୁର ସଦସ୍ୟମାନେ ଗୁରୁବାର ସୁନ୍ଦରଗଡ଼ର ଲୁହୁରାଢିପା, ହାଉସିଂ ବୋର୍ଡ କଲୋନୀରେ ଥିବା ବୃଦ୍ଧାଶ୍ରମଠାରେ ଅନ୍ତେବାସୀଙ୍କ ସହିତ ନିଆରା ଢଙ୍ଗରେ କୃଷି ଭିତ୍ତିକ ନୂଆଁଖାଇ ପାଳନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଏହି ଅବସରରେ ସମସ୍ତ ଅନ୍ତେବାସୀଙ୍କ ପାଇଁ ସେମାନେ ନୂତନ ବସ୍ତ୍ରର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ ମିଶ୍ର ଓ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ଏଥିସହ ସେମାନେ ଅନ୍ତେବାସୀଙ୍କ ସହିତ ବସି ନୂଆଁ ଖାଇଥିଲେ । ଏହି ଅବସରରେ ଭଳିକି ଭଳି ପିଠା ପଣା, ମିଷ୍ଟାନ୍ନ ଓ ସୁସ୍ୱାଦୁ ଭୋଜନର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.