oom

ଲାଠୋର ଗ୍ରାମର ଆମ୍ବେଦକର ଛକ ମୁଖ୍ୟ ରାସ୍ତା ଉପରେ ବହୁଛି ନର୍ଦ୍ଦମା ପାଣି

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ହେଉଛି ବ୍ୟବସାୟର ପେଣ୍ଠସ୍ଥଳୀ । ଲାଠୋର ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ମଟର ଯାତାୟାତ କରୁଛି । କିନ୍ତୁ ମୁଖ୍ୟ ରାସ୍ତାର ଅବସ୍ଥା ନକହିଲେ ଭଲ । କଲେଜ ଛକ ଠାରୁ ହନୁମାନ ମନ୍ଦିର ପର୍ୟ୍ୟନ୍ତ ଖାଲ ଢିପରେ ପରିପୂର୍ଣ । ତାପରେ ବୋଝ ଉପରେ ନଳିତା ବିଡା ଭଳି ଆମ୍ବେଦକର ଛକ ଏବଂ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ରାସ୍ତାରେ ନର୍ଦ୍ଦମା ପାଣି ବହୁଛି, ଯେପରି ହରିଶଙ୍କରରୁ ଝରଣା ବୋହୁଛି । ଯିଏ ଏହି ରାସ୍ତା ଦେଇ ଯାଉଛନ୍ତି, ସେହି ନର୍ଦ୍ଦମା ପାଣି ଉପରେ ଯାଉଛନ୍ତି ।

କେତେକ ପଥଚାରୀଙ୍କ ଉପରେ ଗାଡି ମଟର ସବୁ ନର୍ଦ୍ଦମା ପାଣି ସିଞ୍ଚନ କରି ଚାଲିଯାଉଛନ୍ତି । ଯେପରି ଏହା ନର୍ଦ୍ଦମା ପାଣି ନୁହେଁ ଗଙ୍ଗା ଜଳ । ବାରମ୍ବାର ପ୍ରଶାସନକୁ ଜଣାଇଥିଲେ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି । ଆମ୍ବେଦକରପଡ଼ାର ଡ୍ରେନେଜ୍ ସବୁ ପୋତି ହୋଇଯିବା କାରଣରୁ ମଇଳା ପାଣି ସବୁ ରାସ୍ତା ଉପରେ ବହୁଛି । ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି, ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରାଯାଉଛି, ତଥାପି ଫଳ ଶୂନ୍ । ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିରକୁ ଯେଉଁମାନେ ଯାଉଛନ୍ତି, ଏହି ପବିତ୍ର ନର୍ଦ୍ଦମା ପାଣିରେ ଗୋଡ ଧୋଇ ଯାଉଛନ୍ତି ବୋଲି ଲୋକେ ଆଲୋଚନା କରୁଛନ୍‌ନ୍ତି। ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନହୁଏ, ତାହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.