
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୮ ହଜାର ୫୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି । ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୬୨୨୫ଜଣ, ସରପଞ୍ଚ ପ୍ରାର୍ଥୀ ଭାବେ ୧୭୫୪ ଜଣ, ସମିତି ସଭ୍ୟ ପ୍ରାର୍ଥୀ ଭାବେ ୧୪୩୬ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଭାବେ ୧୨୮ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପ୍ରାର୍ଥୀ ପତ୍ର ଯାଂଚ ପରେ ପୂର୍ଣ୍ଣାଙ୍ଗ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ ପାଇବ ବୋଲି ସୂଚନାରେ କୁହାଯାଇଛି ।