om academy

ବିଜୁ ଯୁବ ଜନତା ଦଳର ବଲାଙ୍ଗିର ଜିଲ୍ଲାର ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟି ସଭାପତିଙ୍କ ନାମ ଘୋଷଣା

jsm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାର ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏହି ନୂତନ କମିଟି ଫଳରେ ଯୁବ ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି । । ଟିଟିଲାଗଡ ବ୍ଲକରୁ ସୁଧୀର ପଟ୍ଟନାୟକ, ଗୁଡଭେଲା ବ୍ଲକରୁ ସତୀଶ କୁମାର ଅଗ୍ରୱାଲ, ସଇଁନ୍ତଲା ବ୍ଲକରୁ ଭୈରବ ସାହୁ, ପାଟଣାଗଡ ବ୍ଲକରୁ ବେଣୁଧର ବିଶି,ବେଳପଡା ବ୍ଳକରୁ ଗଣେଶ କୁମ୍ଭାର, ଖପ୍ରାଖୋଲ ବ୍ଲକରୁ ବେଳସିଂ ମେହେର, ମୁରୀବାହାଲ ବ୍ଳକରୁ ଚି୍‌ତ୍ତ ବାଗ ଏବଂ ହରୀବନ୍ଧୁ ମେହେର ବୋଙ୍ଗମୁଣ୍ଡା ବ୍ଲକରୁ ଭକ୍ତବନ୍ଧୁ ବେହେରା ଏବଂ ସଂଜୟ ବେହେରା, ତୁରେକଲା ବ୍ଲକରୁ ସସୀଧର ହିଆଲ ଏବଂ ଉ୍‌ତ୍ତର କୁମାର ପନିକ, ଆଗଲପୁର ବ୍ଳକରୁ ନାରାୟାଣ ସାହୁ, ଲୋଇସିଂହା ବ୍ଲକରୁ ପ୍ରକାଶ ମହାରଣା ଏବଂ ଅନନ୍ତ କୁମାର ସାହୁ, ପୁଇଁନ୍ତଲା ବ୍ଲକରୁ ସୁଧୀର କୁମାର ଅମାତ ଏବଂ ଦେବରାଜ ଅମାତ, ବଲାଙ୍ଗିର ବ୍ଲକରୁ ଆର୍ଶିବାଦ ସାହୁ , ଦେଓଗାଁ ବ୍ଲକରୁ ସୈଲେନ୍ଦ୍ର ସାହୁ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ସୁଧନିଧୀ ଦୀପ୍‌, ଟିଟିଲାଗଡ ଏନ୍‌ଏସିରୁ ରାଜୁ ସିଂ ପାତ୍ର, ତୁସୁରା ଏନ୍‌ଏସିରୁ ଅଜୟ ଜୈସ୍ୱାଲ୍‌, ପାଟଣାଗଡ ଏନ୍‌ଏସିରୁ ପରେଶ କୁମାର ସାହୁ, ଏବଂ କଣ୍ଟାବାଞ୍ଚି ଏନ୍‌ଏସିରୁ ବିଷ୍ଣୁପ୍ରସାଦ ଜୁଏଡ୍‌ ଏବଂ ବିଶାଲ ବେହେରା ଏମାନଙ୍କୁ ନୂତନ ସଭାପତି ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.