ls

ଦକ୍ଷ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଦନାମ କରିବା ହୀନ ଉଦ୍ୟମକୁ ପାରାଦ୍ୱୀପ ନାଗରିକ ମଞ୍ଚର ବିରୋଧ

sb

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପକ୍ଷଭୁକ୍ତ କରିବା ପ୍ରତିବାଦରେ ପାରାଦ୍ୱୀପ ନାଗରିକ ମଞ୍ଚର ସଦସ୍ୟମାନେ ଏହାକୁ ବିରୋଧ କରିଛନ୍ତି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ରାଜ୍ୟରେ ହତ୍ୟା, େ·ରି, ଡକାୟତି, ରାହାଜାନି ଓ ଧର୍ଷଣ ଭଳି ଜଘନ୍ୟ ଅପରାଧ ବହୁ ମାତ୍ରାରେ ହ୍ରାସ ପାଇଛି । ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣା ପାଇଁ ସମସ୍ତେ ଦୁଃଖିତ ଓ ମର୍ମାହତ ତେବେ ୨୪ ଘଣ୍ଟା ମଧ୍ୟରେ ୫ଜଣ ଅପରାଧୀଙ୍କୁ ଧରିବାରେ ପୋଲିସ ସଫଳତା ହାସଲ କରିଛି । ତେବେ ବିଡମ୍ବନାର ବିଷୟ ବିଜେପି ଦଳ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦକ୍ଷ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଜ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନୀତ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଦେଇଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିବାଦ ମଧ୍ୟକୁ ଟାଣି ଏହି ଘଟଣାରେ ପକ୍ଷଭୁକ୍ତ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ନାଗରିକ ମଞ୍ଚର ସଭାପତି ଡ. ଅୟସକାନ୍ତ ରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଦିନ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରତିବାଦ ସୂଚକ ଦାବିପତ୍ର ଦେଇଥିଲେ । ଏହାକୁ ନେଇ ପାରାଦ୍ୱୀପ ପରି ଏକ ଶାନ୍ତ ବାତାବରଣ ଅଞ୍ଚଳରେ ବିଜେପି ଦଳ ପକ୍ଷରୁ ଯେଉଁ ତୁମ୍ବିତୋଫାନ କରି ଅଶାନ୍ତ ସୃଷ୍ଟି କରାଯାଉଛି ଏଥିରୁ କ୍ଷାନ୍ତ ହେବାପାଇଁ ଶ୍ରୀ ରାୟ ପ୍ରତିକ୍ରିୟା ରଖିଥିଲେ ।

pc pk
Leave A Reply

Your email address will not be published.