oom

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର : ସାରସ୍ୱତ ମହାକୁମ୍ଭ ଏବଂ ନାଗରିକ ସମ୍ମାନ ସମାରୋହ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଏବଂ ସଦସ୍ୟ ସମ୍ମାନ ସମାରୋହ ସମ୍ବଲପୁର ସ୍ଥିତ ଓଡିଶା ସାଂସ୍କୃତିକ ସମାଜ ଭବନ ପରିସରରେ ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ରାଜ୍ୟର ସମସ୍ତ ପ୍ରତିନିଧିଙ୍କ ସହଭାଗିତାରେ ଏହା ସୁନ୍ଦର ଭାବେ ଆୟୋଜିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଉଦଘାଟକ ଭାବେ ବିଶିଷ୍ଟ ଅତିଥି ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜ ବିହାରୀ ରାଉତ, ଶବ୍ଦ ନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନ, ରଙ୍ଗବତୀ ଗୀତର ଗାୟିକା ପଦ୍ମଶ୍ରୀ କ୍ରିଷ୍ଣା ପଟେଲ, ଡ. ନିରଞ୍ଜନ ପଣ୍ଡା, ଓଡ଼ିଶା ସାଂସ୍କୃତିକ ସମାଜ ସମ୍ବଲପୁରର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ, ବ୍ୟଙ୍ଗକବି ବୈରାଗୀ ଚରଣ ମଲ୍ଲିକ, ଛି ଛି ନନୀ ଗୀତର ନାୟକ ବିଭୁତି ଭୂଷଣ ବିଶ୍ୱାଳ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ବିକଶିତ ଭାରତ ବର୍ଷର ଗଠନରେ ନାଗରିକଙ୍କ କର୍ତ୍ତବ୍ୟ ଓ ନାରୀମାନଙ୍କ ସଶକ୍ତିକରଣ ତଥା ସମାଜକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ଶ୍ରୀ ପ୍ରଧାନ ପାଟିର ଶବ୍ଦ, ମର୍ଦ୍ଦଳ ଓ ଘୁଙ୍ଗୁରର ଶବ୍ଦର ମିଶ୍ରଣରେ ସୃଷ୍ଟି ଶବ୍ଦନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଆଧୁନିକତା ର ଦ୍ୱାହି ଦେଇ ପୂରାତନ ସଂସ୍କୃତିକୁ ଭୁଲିଯିବା କେବେ ଗ୍ରହଣୀୟ ନୁହେଁ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ଆକର୍ଷଣ ନୃତ୍ୟଶିଳ୍ପୀ ଦେବିକା ଘୋଷ ,ତନୁଶ୍ରୀ, ଦିବ୍ୟାଂଶୁ, ଜସ୍ମିନ, ଆଦିତ୍ୟ, ଅନୁରାଧା, ଭୂବନମୟୀ, ପ୍ରିୟଙ୍କା, ଚିନ୍ତାମଣି ଲୋହା, ସୁଧୀର ନାୟକଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶାର ୨୦ ଜିଲ୍ଲାର ଓ କଲିକତା ପ୍ରମୁଖ ଅଞ୍ଚଳରର ୮୦ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ମାନପତ୍ର, ଉତ୍ତରୀୟ ଏବଂ ଟ୍ରଫି ପ୍ରଦାନ କରାଯାଇ ପ୍ରତିଭା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେରେ ସାରସ୍ୱତ ମହାକୁମ୍ଭ ଓ କବିତା ଆସର ଆୟୋଜିତ ହୋଇଥିଲା । ଉପଦେଷ୍ଟା କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ୱ ,ଡ. ଅନୁପମା ବିଶ୍ୱାଳଙ୍କ ସଂଯୋଜନାରେ ଦିନେଶ ଭୋଇ, ସନ୍ତୋଷିନୀ ନାଗ୍, ଡ. ନିରଞ୍ଜନ ପଣ୍ଡା, ସଂଗୀତା ଦୀପ, ସୁବାସ ନାୟକ, ଶେଖର ବନମାଳୀ ଚନ୍ଦ୍ର ନାମଦେଓ, ପଦ୍ମାଳୟା ପଣ୍ଡା, ରୁଦ୍ର ନାରାୟଣ ମିଶ୍ର, ପୁଷ୍ପଲତା ପାଣିଗ୍ରାହୀ, ସବିତା ହୋତା, ସୁଚିତ୍ରା ଦର୍ଜି, ନିତମ୍ବିନୀ କର, ଜୀବେଶ୍ୱରୀ ପଟେଲ, ସୁଷମା ପଟେଲ, ବୈରାଗୀ ଚରଣ ମଲ୍ଲିକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ନିଜେ ଆନନ୍ଦରେ ରହିବା ଏବଂ ସମାଜରେ ଆନନ୍ଦ ବିସ୍ତାର କରିବା ମୂଳ ଲକ୍ଷ୍ୟ ନେଇ କାମ କରୁଥିବା ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ଆବଳା ବୃଦ୍ଧ, ବନିତାଙ୍କର ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ଅତିଥି ଓ ସମ୍ବର୍ଦ୍ଧିତ ପ୍ରତିଭା ମାନେ ମତ ରଖିଥିଲେ । ଏହି ଅବସରରେ ଡ ସ୍ୱର୍ଣ୍ଣଲତା ଲେଙ୍କାଙ୍କ ସିଏ ମୋ ଜଗନ୍ନାଥ ପୁସ୍ତକ କୁ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୀନେଶ ଭୋଇ ଓ ସଂଗୀତା ଦୀପ ମଞ୍ଚ ସଂଯୋଜନା କରିଥିଲାବେଳେ ଓଡିଶାର ରାଜ୍ୟ ପ୍ରତିନିଧି ପ୍ରଦୀପ ଚୈଧୁରୀ, ଗଗନ ଆଚାର୍ଯ୍ୟ, ମାନୋଷି ଘୋଷ, ଅଞ୍ଜୁ ଶର୍ମା, ମାଧବୀ ଚୌଧୁରୀ, ଧନଞ୍ଜୟ ଚୌଧୁରୀ, ଦେବିକା ଘୋଷ, ସୁଚିତ୍ରା ଦର୍ଜୀ, ସବିତା ହୋତା ପ୍ରମୁଖ କାଯ୍ୟଁକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.