jayashree

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : କାରଣ ଅସ୍ପଷ୍ଟ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫଟକି ଗ୍ରାମର ମଙ୍ଗେ ମାଝିଙ୍କ ଅସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଛି । ଏ ନେଇ ଚନ୍ଦାହାଣ୍ଡି ଥାନାରେ ମହିଳାଙ୍କ ସ୍ୱାମୀ ରାମ ସିଂ ମାଝି ଏତଲା ଦେଇଛନ୍ତି । ଫଟକି ଗ୍ରାମର ମଙ୍ଗେ ମାଝି ସୋମବାର ପରିବାର ଲୋକଙ୍କ ସହ ଖାଇ ପିଇ ଶୋଇ ଥିଲେ। ହଠାତ ଅସୁସ୍ଥ ହେବା ରୁ ପରିବାର ଲୋକେ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ୱ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଚନ୍ଦାହାଣ୍ଡି ଥାନା କୁ ସୂଚନା ଦେଇ ଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମହିଳା ଜଣେ ମାନସିକ ରୋଗୀ ରହିଥିବା ସହ ମାନସିକ ଔଷଧ ସେବନ କରୁଥିବା ନେଇ ପରିବାର ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.