ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ସମ୍ବଲପୁର : ବରଗଡ-ବରପାଲି ଷ୍ଟେସନ ନିକଟରେ ଟ୍ରେନ ଧକ୍କା ଦେବା ଫଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ସୂଚନା ପାଇବା ପରେ ଜିଆର୍‌ପି ପୋଲିସ ଗତକାଲି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ କେଉଁ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଲା, ତାହା ମଧ୍ୟ ଜଣାପଡି ନଥିବା ଜିଆର୍‌ପି ପକ୍ଷରୁ ସୂଚନା ଦିଆଯାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.