ଯାତ୍ରୀ ବିଶ୍ରାମଗାରାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ପାଟପୁର ଥାନା ପୋଡ଼ାମାରି ଯାତ୍ରୀ ବିଶ୍ରାମଗାରାରୁ ବୃଦ୍ଧଙ୍କ ମୃତଦେହ ରବିବାର ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ବାଲିପଡା ଟିକରପଡାର ଭଗବାନ ପ୍ରସାଦ ଦାସ ବୋଲି ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କ ମୃତଦେହ ବ୍ରହ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବୃଦ୍ଧ ଜଣଙ୍କ ମାନସିକ ବିକାର ଗ୍ରସ୍ତ ହୋଇ ଅଞ୍ଚଳରେ ବୁଲୁଥିଲେ ବୋଲି ପୋଲିସ କହିଛି । ଏ ନେଇ ପାଟପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.

error: Content is protected !!