ଋଷିକୂଲ୍ୟା ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ସୂଚନାଯୋଗ୍ୟ ଯେ, ୨ ଦିନ ତଳେ ପୁରୁଷୋତ୍ତମପୁର ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ ଥିବା କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ମାଧପୁର ବାଲି ଘାଟ ନିକଟରୁ ଉଦ୍ଧାର ହୋଇଛି । ଛତ୍ରପୁରର ଅଗ୍ନିଶମ ବାହିନୀ କୃଷ୍ଣ ମହାନ୍ତିଙ୍କ ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ, ଗତ ୨୫ ତାରିଖରେ ଷୋଳଘର ଗାଁର କାହ୍ନୁ ମହାନ୍ତି (୧୪ ବର୍ଷ) ଓ କୃଷ୍ଣ ମହାନ୍ତି (୧୯ବର୍ଷ) ଋଷିକୂଲ୍ୟା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସାନ ଭାଇ ନଦୀରେ ଭାସି ଯାଉଥିବା ବେଳେ ବଡ଼ ଭାଇ ତାକୁ ଉଦ୍ଧାର କରିବାକୁ ଯାଇ ଭାସି ଯାଇଥିଲେ । କିଛି ଦୂରରେ ଗାଧୋଉ ଥିବା ଜଣେ ମହିଳା ସାହସ କରି ଜଣକୁ ଉଦ୍ଧାର କରିଥିଲେ । ହେଲେ ବଡ଼ଭାଇ କୃଷ୍ଣ ନିଖୋଜ ହୋଇ ଯାଇଥିଲେ । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ବୋଟ୍ ସାହାଯ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ କୃଷ୍ଣଙ୍କର ପତ୍ତା ମିଳିନଥିଲା । ଗୁରୁବାର ସକାଳୁ କୃଷ୍ଣଙ୍କର ଶବ ମାଧପୁର ବାଲିଘାଟରେ ଭାସୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.