ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ : ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟୀ ଗାଁରେ ଅଭାବନୀୟ ଘଟଣା । ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଥିଲେ । ଯାହାପରେ ଯୁବକ ଜଣଙ୍କ ଗୁରୁତର ହୋଇ ରାସ୍ତାରେ ପଡିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ହେଉଛନ୍ତି କୁରୁଣ୍ଟି ଗାଁର ରଶ୍ମି ରଞ୍ଜନ ପରିଡ଼ା ବୋଲି ଌଣାପଡିଛି । ତେବେ ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ସେପଟେ ରାଜନଗର ପୋଲିସ ଘଟଣାର ଖବର ପାଇ ଛାନ୍‌ଭିନ୍‌ ଆରମ୍ଭ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.