ଟ୍ରେନ୍‌ରେ କଟି ଦୁଇଜଣ ଯୁବକ ମୃତ

ସୋର : ଦାଣ୍ଡ ହରିପୁର ଗେଟ ନିକଟରେ ଟ୍ରେନ୍‌ରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଆରୁଆବାଡ ଗ୍ରାମର ରାକେଶ କୁମାର ପାଢୀ (୩୫) ଓ ତାଙ୍କ ମାଉସୀ ପୁଅ ଏକ ବାଇକ ଯୋଗେ ଆସୁଥିବା ବେଳେ ଏହି ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ାହୋଇଥିଲେ । ହଠାତ ପଛରେ ବସିଥିବା ରାକେଶଙ୍କ ଭାଇ ଟ୍ରେନ ସମ୍ମୁଖକୁ ଆତ୍ମହତ୍ୟା ପାଇଁ ଦୌଡ଼ିଥିବା ବେଳେ ରାକେଶ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ । ଏହି ସମୟରେ ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ପୁରୀ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେବାରୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡଖଣ୍ଡ ହୋଇ ପଡ଼ିଥିଲ । ଖବର ପାଇ ସୋର ଆର୍‌ପିଏଫ ଓ ବାଲେଶ୍ୱର ଜିଆର୍‌ପି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱରକୁ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.