jayashree

ଟ୍ରେନରେ କଟି ବୃଦ୍ଧ ମୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରର ଚିଙ୍ଗିରିପଡାର ଜଣେ ବୃଦ୍ଧ ବ୍ୟକ୍ତି ମଂଗଲବାର ଅପରାହ୍ନ ପ୍ରାୟ ୪ଟା ବେଳେ ସ୍ଥାନୀୟ ଏନ୍‌ଏ.ସି.ନିକଟସ୍ଥ ରେଳଫାଟକ ନିକଟରେ ଟ୍ରେନରେ କଟି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକ ହେଲେ ଦୁର୍ଜେ ରଣା (୬୨) । ଦୁର୍ଜେ ଜଣେ ମାଛ ବ୍ୟବସାୟୀ । ସେ ନିଜ ମାଛ ବିକ୍ରି ସାରି ଏନ୍‌ଏସି ନିକଟରେ ଥିବା ପୁରୁଣା ବନ୍ଦ ଥିବା ରେଳ ଫାଟକରେ ନିଜ ସାଇକଲ ଧରି ପାର ହେଉଥିଲେ । ପାର ହେଉଥିବା ବେଳେ କଂଟାବାଂଜିଠାରୁ ଅନତି ଦୂରରେ ଥିବା ୧୭୦/୮ ଓ ୧୭୦/୯ କି.ମି. ଖମ୍ବ ନିକଟରେ ଯୁବକଟି ଟ୍ରେନରେ କଟି ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ କଂଟାବାଂଜି ଜି.ଆର୍‌.ପି. ପୋଲିସ ପହଂଚି ଅଧିକ ଛାନବିନ କରିବା ସହିତ ଏକ ଅପମୃତ୍ୟୁ କେସ୍‌ ନଂ. ୫୬/୨୧.୧୧.୨୦୨୩ ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି । ଏହି ଖବର ଲେଖିବା ମଧ୍ୟରେ ଜି.ଆର.ପି. ପୋଲିସ ରେଳ ଧାରଣାରୁ ଉଠାଇ କଂଟାବାଂଜି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି । ପରିବାର ବର୍ଗ ଘଟଣାସ୍ଥଳକୁ ଆସି ମୃତକର ଚିହ୍ନଟ ପରେ ଜି.ଆର୍‌.ପି. କଂଟାବାଂଜି ଅଧିକ ଅନୁସଂଧାନ ଜାରି ରଖିଛି ।

Leave A Reply

Your email address will not be published.