oom

ବିଜେଡ଼ିରେ ମିଶିଲେ କୋଡ଼ିପାରି ସମିତି ସଭ୍ୟାଙ୍କ ସହ ଶତାଧିକ ସମର୍ଥକ

jsmm

କାଶୀପୁର : କାଶୀପୁର ବ୍ଲକ କୋଡ଼ିପାରି ସମିତି ସଭ୍ୟା ମନସ୍ୱିନୀ ବିଡିକା ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେଡ଼ିରେ ଯୋଗ ଦେଇଥିବାର ଜଣାଯାଇଛି । ଯୁବ ବିଜେଡ଼ିର ଜିଲ୍ଲା ସମ୍ପାଦକ ହର ପ୍ରସାଦ ନାୟକଙ୍କ ନେତୃତ୍ୱରେ ସମିତି ସଭ୍ୟା ଏବଂ ତାଙ୍କ ସମର୍ଥକ ମାନେ ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ଏନ ଭାସ୍କର ରାଓଙ୍କୁ ତାଙ୍କ ରାୟଗଡ଼ା ସ୍ଥିତ ବାସ ଭେଟି ବିଜେଡ଼ିରେ ମିଶିବାର ଅଭିପ୍ରାୟ ଜଣାଇଥିଲେ । ଶ୍ରୀ ରାଓ ସମିତି ସଭ୍ୟାଙ୍କ ସହିତ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଏବଂ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ ।

jittmm
Leave A Reply

Your email address will not be published.