om academy

ହାରି ଗୁହାରି କରିବା ସତ୍ୱେ ମିଳିଲା ନାହିଁ ଘର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ବଡପଡାଠାରେ ବସବାସ କରୁଥିବା ଜଣେ ଭିନ୍ନକ୍ଷମ ( ଶତପ୍ରତିଶତ ) ବ୍ୟକ୍ତି ଘର ଘଣ୍ତିଏ ପାଇବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ, ତହସିଲଦାର, ଆରଆଇଙ୍କ ପାଖକୁ ଦଉଡ଼ି ଦଉଡ଼ି ଥକି ପଡିଲେଣି, ମାତ୍ର କିଛି ଫଳ ହେଉନାହିଁ । ପ୍ରକାଶ ଥାଉକି ଯେ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବଡପଡା ବାକୁଲ ଧରୁଆ ଜଣେ ଶତପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି, ତାଙ୍କ ରହିବା ପାଇଁ ଭଲ ଘର ଖଣ୍ତିଏ ନାହିଁ । କେତେ ବେଳେ ଯେ କଣ ହେବ ତାର ଠିକଣା ନାହିଁ । ବସୁନ୍ଧରା ଯୋଜନାରେ ଘର ଖଣ୍ତିଏ ପ୍ରଦାନ କରିବା ପାଇଁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ବର୍ଷେ ହେଲାଣି ଘର ପାଉ ନାହାଁନ୍ତି । ବିଚରା ଅତି କଷ୍ଟରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି । ତାଙ୍କୁ ତୁରନ୍ତ ସରକାରୀ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବରଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.