oom

‘କୋଶଳ ପ୍ରବାହ’ର ପ୍ରଭାବ : ଗୋମତୀ ବାଗଙ୍କୁ ମିଳିବ ଭତ୍ତା

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କରୁଁଆଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଗ୍ରାମର ଗୋମତୀ ବାଗ(୫୫) ସ୍ଵାମୀଙ୍କ ମୃତ୍ୟୁର ୨୦ ବର୍ଷ ପରେ ବି ବିଧବା ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ବିଧବା ଭତ୍ତା ପାଇବାରୁ ବଞ୍ଚିତ ଥିବା ଖବର ‘କୋଶଳ ପ୍ରବାହ’ରୁ ଜାଣିବା ପରେ ବରଗଡ ଜିଲ୍ଲା ଅମ୍ବାଭୋନା ଗ୍ରାମର ଯୁବ ସମାଜସେବୀ ଅଭୟ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଅଭିଯୋଗ କରିଥିଲେ ଏବଂ ଜିଲ୍ଲା ସାମଜିକ ସୁରକ୍ଷା ଏବଂ ସଶକ୍ତିକରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଅଧିକାରୀ ଗୋମତୀ ବାଗଙ୍କ ଠାରୁ ସମସ୍ତ ସରକାରୀ କାଗଜପତ୍ର ସଂଗ୍ରହ କରି ଉପ ଜିଲ୍ଲାପାଳଙ୍କ ପାଖକୁ ପଠାଇଛନ୍ତି । ଆଶା କରୁଛୁ ତାଙ୍କୁ ଯଥାଶୀଘ୍ର ଭତ୍ତା ପ୍ରଦାନ କରାଯିବ ।

jittmm
Leave A Reply

Your email address will not be published.