
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍ଏସିସ୍ତରୀୟ ଦିନିକିଆ ବିଜ୍ଞାନ ମେଳା ମଂଗଲବାର ଦିନ ଉଦ୍ଯାପିତ ହୋଇଛି । ଏହି ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ୨୦୨୩-୨୪ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍ଏସିରେ ଦୁଇଟି କରାଯାଇଥିଲା । ପ୍ରଥମରୁ ପଂଚମ ଶ୍ରେଣୀର ଗ୍ରୁପରେ ମୋଟ୍ ୨୫ଟି ଏବଂ ଷଷ୍ଠରୁ ଦଶମ ମଧ୍ୟରେ ୧୬୦ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଦିନିକିଆ ବିଜ୍ଞାନ ମେଳାର ଉଦ୍ଯାପନୀ ସଂଧ୍ୟାରେ କଂଟାବାଂଜି ଏନ୍.ଏ.ସି. ନଗରପାଳ ବରିୟାମ ସିଂ ସାଲୁଜା (ମୁଖ୍ୟ ଅତିଥି) ସମ୍ମାନିତ ଅତିଥି ଭାବେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନ, ସିଆର୍ସିସି ଦିନେଶ ମହାନନ୍ଦ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ତରିଆ, କାଉନସିଲର ମନିଶ ଅଗ୍ରୱାଲ, ବିଜ୍ଞାନ ଅବର୍ଜବର ରାମଗୋପାଲ ଖମାରୀ, ମୂଖ୍ୟବକ୍ତା ଭାବେ ଡା. ଜ୍ୟୋତି ପ୍ରକାଶ ମଂଚାସୀନ ଥିଲେ । ପରେ କୃତି ପ୍ରକଳ୍ପ ବିଜେତାଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।