ଘମ୍ଭାରିପାଲିରେ କୃଷି ପ୍ରଦର୍ଶନୀ ଓ କୃଷକ ମେଳା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗମ୍ଭାରୀପାଲି ଗ୍ରାମରେ ଜିଲ୍ଲାସ୍ତରୀୟ କୃଷକ ମେଳା କୃଷି ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପସଭାପତି ଅନନ୍ତ ମେହେର ଯୋଗଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିପିଲମା କୃଷି ମହାବିଦ୍ୟାଳୟର ଡିନ୍‌ ଡ଼. ଗୋକୁଳ ବିହାରୀ ଦାସ ଯୋଗଦାନ କରି ପ୍ରାକୃତିକ କୃଷି ଉପରେ ଆଲୋଚନା କରିଥିଲେ । ଏହି ମେଳାକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ନୃସିଂହ ଚରଣ ବାରିକ ପରିଚାଳନା କରିଥିଲେ ।

Leave A Reply

Your email address will not be published.