centurian jitm

ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥଯାତ୍ରୀ ଅସୁସ୍ଥ : ମେଡିକାଲରେ ଭର୍ତ୍ତି

ସୋର : ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥଯାତ୍ରୀ ଅସୁସ୍ଥ । ବେଙ୍ଗାଲୁରରୁ ଏକ ବସ୍‌ ଯୋଗେ ଆସିଥିବା ୫୦ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କର୍ଣ୍ଣାଟକର ବେଙ୍ଗାଲୁର ସହରରୁ ୫୦ ଜଣ ଯାତ୍ରୀ ଏକ ବସରେ ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ ପାଇଁ ବାହାରିଥିଲେ । ୨୫ ଦିନର ଏହି ଟୁର୍‌ରେ ଗୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଗତକାଲି ରାତିରେ ସୋର ନିକଟରେ ପହଞ୍ଚିଥିଲେ । ସମସ୍ତଙ୍କ ପାଇଁ ଭାତ, ତରକାରୀ ଓ ସମ୍ବର ରୋଷେଇ କରାଯାଇଥିଲା । ଖାଇବାର କିଛି ସମୟ ପରେ ୨୦ରୁ ଅଧିକ ଲୋକ ଅସୁସ୍ଥତା ଅନୁଭବ କରିବା ସହିତ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ମେଡିକାଲରେ ସମସ୍ତଙ୍କର ଚିକିତ୍ସା ଚାଲିଛି ।

Leave A Reply

Your email address will not be published.