om academy

ସାଂବାଦିକ ତଥା କୃଷକ ନେତା ସତ୍ୟ ବନ୍‌ଛୋରଙ୍କ ମାତୃ ବିୟୋଗ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଂବାଦିକ ତଥା କୃଷକ ନେତା ସତ୍ୟ ବନ୍‌ଛୋରଙ୍କ ମା’ ତୁଳସା ବନ୍‌ଛୋର(୭୦)ଙ୍କ ଲୋଇସିଂହା ବ୍ଲକ ବନଛୋର୍‌ପାଲି ଗାଁରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ବୃଦ୍ଧାବସ୍ଥା ରୋଗରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସମୂହ ସତ୍ୟ, ଶ୍ରୀପତି, ବୃନ୍ଦାବନ, ଶାନ୍ତ, କବିନ୍ଦ୍ର, ବିଘ୍ନ, ଶରତ, ଅନିଲ ଓ ଝିଅ ବବିତା ଉପସ୍ଥିତ ଥିବା ବେଳେ ସାନପୁଅ ରଂଜିତ ବେଙ୍ଗଲୋରରୁ ଆସିପାରି ନଥିଲେ । ନାତି ନାତୁଣୀ ସମୂହ ଅନୁପମା, ସୀଲଭି, ଶ୍ରୀୟା, ସିଲି ନବ୍ୟା, କାବ୍ୟା, ଦିବ୍ୟା ଓ ଶୁଭମ, ଶିବମ. ଶ୍ରୀସମ, ସନମ, ଦୀପମ ସହିତ ୬ ବୋହୁ, ୨ ଜ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ବଡ଼ପୁଅ ସାଂବାଦିକ ସତ୍ୟ ବନଛୋର ମୃତ ମା’ଙ୍କ ମୁହଁରେ ମାଟି ଦେଇଥିବା କୁହାଯାଇଛି । ତେବେ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.