ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଆଉ ୨ ଦିନ ବୃଦ୍ଧି ପାଇଛି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଆଉ ୨ ଦିନ ବୃଦ୍ଧି ପାଇଛି ।ଚଳିତ ମାସ ଫେବୃୟାରୀ ୧୨ ଯାଏଁ ଛାତ୍ରଛାତ୍ରୀ ମାନେ ଫର୍ମ ଫିଲପ କରିପାରିବେ । ଯଦି କୌଣସି ଛାତ୍ରଛାତ୍ରୀ କରିନଥିବେ ତେବେ ଅନୁଷ୍ଠାନର ମୁଖ୍ୟ ଫର୍ମ ପୂରଣ କରିପାରିବେ । ପୂର୍ବରୁ ଫର୍ମଫିଲପ ଅବଧି ୧୦ ତାରିଖ ଯାଏଁ ଥିବା ବେଳେ ଏବେ ଏହାକୁ ଆଉ ୨ଦିନ ବୃଦ୍ଧି କରାଯାଇଛି । ଅବଧି ବୃଦ୍ଧି ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମାଟ୍ରିକ ପରୀକ୍ଷାର ମଧ୍ୟ କାର୍ୟ୍ୟସୂଚୀ ପ୍ରକାଶ ପାଇସାରିଛି । ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ରେ ସରିବ ।

Leave A Reply

Your email address will not be published.