oom

ରାଜେନ୍ଦ୍ର ମାଝୀ ସ୍ମାରକୀ କ୍ରିକେଟ ଦ୍ୱିତୀୟ ଦିନରେ ୩ଟି ମ୍ୟାଚ୍‌

jsmm
  • ଗଜବାହଲ ଦଳ ସେମିଫାଇନାଲକୁ ପ୍ରବେଶ

ମ. ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତ ବଡ଼ ପିଟାମାଲ ଠାରେ ଚାଲିଥିବା ରାଜେନ୍ଦ୍ର ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ୩ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ କର୍ଲାମୁଣ୍ଡା ବ୍ଲକ ଗଜବାହଲ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୧୨୨ ରନ କରିଥିବା ବେଳେ ବେହେରାମାଲ ଦଳ ୮୨ ରନ କରିଥିଲେ ଫଳରେ ଗଜବାହଲ ଦଳକୁ ବିଜୟୀ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଅଲାତରା ପ୍ରଥମେ ବ୍ୟାଟିଙ୍ଗ କରି ୯୬ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଫପ୍‌ସି ଦଳ ୮୯ ରନ କରିଥିଲେ ଫଳରେ ଅଲାତରାକୁ ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ୍‌ରେ ଉଭୟ ବିଜୟୀ ଦକ ମଧ୍ୟରେ ହୋଇଥିବା ବେଳେ ପ୍ରଥମେ ଅଲାତରା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭର୍‌ରେ ୫୯ ରନ କରିଥିବା ବେଳେ ଗଜବାହଲ ଦଳ ୬.୩ ବଳରେ ସମସ୍ତ ରନ କରି ବିଜୟ ଲାଭ ସେମିଫାଇନାଲକୁ ପ୍ରବେଶ କରିଛି । ରାଜେନ୍ଦ୍ର ରଣା ଓ ରାଜୀବ ବଗର୍ତ୍ତୀ ଖେଳ ପରିଚାଳନା କରିଥିବା ବେଳେ , ବିଜୟ ଭୋଇ ଧାରବିବାରଣୀ ଓ ସୁମନ୍ତ ତାଣ୍ଡି ସ୍କୋରବୋର୍ଡ ଦାୟିତ୍ୱ ତୁଲାଇଥିଲେ । ଅଟଳ, ରଞ୍ଜିତ, କାହ୍ନ, ସଞ୍ଜିତ, ଶାନ୍ତନୁ, ସୁରେନ୍ଦ୍ର, ବେଣୁଧର ଓ ପୋୖରବ ପ୍ରମୁଖ ସହାର୍ଯ୍ୟ ଓ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.