• ଆମ ଯୁବଶକ୍ତିଙ୍କ ପ୍ରତିଭା ଓ ଚତୁରତା ଅସାଧାରଣ – ପ୍ରଧାନମନ୍ତ୍ରୀ
• ଭାରତକୁ ଅଭିନବ, ପ୍ରଗତିଶୀଳ ଏବଂ ସମୃଦ୍ଧ ଦେଶରେ ପରିଣତ କରିବ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ଧର୍ମେନ୍ଦ୍ର ପ୍ରଧାନ
• ସକାଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡ ଫିନାଲେର ଉଦ୍ଘାଟନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
• ସାରା ଦେଶର ଯୁବ ଉଦ୍ଭାବକମାନଙ୍କୁ ପ୍ରୋତ୍ସାହିତ ଓ ମାର୍ଗଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
• ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଆମର ଯୁବ ଶକ୍ତିଙ୍କ ମଧ୍ୟରେ ନୂତନ ଭରିଦେଇଛି
• ବିଗତ ୭ ବର୍ଷ ମଧ୍ୟରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଅନେକ ସମସ୍ୟାର ସମାଧାନ ପ୍ରଦାନ କରିଛି
• ଇନୋଭସନ ଏବଂ ସୃଜନଶୀଳତାର ହଟସ୍ପଟ୍ ପାଲଟିଛି ସ୍ମାର୍ଟ ଇଣ୍ଡିଆ ହାକାଥନ
• ଛାତ୍ରଛାତ୍ରୀମାନଙ୍କର ଇନୋଭେସନ ଏବଂ ଉତ୍ସାହ ଦ୍ୱାରା ବିଶ୍ୱର ଆହ୍ୱାନର ସମାଧାନ ହୋଇପାରିବ
• ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମର ଯୁବଶକ୍ତି ହିଁ ଆମର ଆଶା ଓ ପ୍ରେରଣା
ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ଆମ ଯୁବ ଶକ୍ତିଙ୍କ ପ୍ରତିଭା ଓ ଚତୁରତା ଅସାଧାରଣ । ଆମର ଯୁବଶକ୍ତି, ଅଭିନବ ଯୁବଶକ୍ତି ଏବଂ ବୈଷୟିକ ଶକ୍ତି ଭାରତର ଶକ୍ତି ହୋଇଛି ବୋଲି ସାରା ବିଶ୍ୱ କହୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୪(ଏସ୍ଆଇଏଚ୍)ର ଗ୍ରାଣ୍ଡ ଫିନାଲେରେ ଯୁବ ଉଦ୍ଭାବକମାନଙ୍କ ସହ ମତ ବିନିମୟ କରିବା ଅବସରରେ ଏହା କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଏହି ମତ ବିନିମୟ କାର୍ଯ୍ୟକ୍ରମ ଓ ସକାଳେ ଏହି ହାକାଥନକୁ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଅନ୍ୟତମ ପ୍ରତୀକ ହୋଇଛି । ଏହି ହାକାଥନ ଭାରତର ବିଶାଳତା ଓ ବିବିଧତାକୁ ଦର୍ଶାଇବା ସହ “ସବକା ପ୍ରୟାସ”ର ଭାବନାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସ୍ମାର୍ଟ ଇଣ୍ଡିଆ ହାକାଥନର ଏହି ପ୍ଲାଟଫର୍ମ ଭାରତକୁ ସବୁଠାରୁ ଅଭିନବ, ପ୍ରଗତିଶୀଳ ଏବଂ ସମୃଦ୍ଧ ଦେଶରେ ପରିଣତ କରିବାରେ ବଡ ଭୂମିକା ଗ୍ରହଣ କରିବ । ସ୍ମାର୍ଟ ଇଣ୍ଡିଆ ହାକାଥନର କଳ୍ପନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ଯେ ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫିନାଲେରେ ସାରା ଦେଶର ଯୁବ ଉଦ୍ଭାବକମାନଙ୍କୁ ପ୍ରୋତ୍ସାହିତ ଓ ମାର୍ଗଦର୍ଶନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଆମର ଯୁବ ଶକ୍ତିଙ୍କ ମଧ୍ୟରେ ନୂତନ ଭରିଦେଇଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ବିଗତ ୭ ବର୍ଷ ମଧ୍ୟରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଅନେକ ସମସ୍ୟାର ସମାଧାନ ପ୍ରଦାନ କରିଛି । ଆଗାମୀ ସ୍ମାର୍ଟ ଇଣ୍ଡିଆ ହାକାଥନରେ ଆମର ଯୁବ ଉଦ୍ଭାବକମାନେ କେବଳ ଭାରତର ନୁହେଁ ବରଂ ବିଶ୍ୱ ସମସ୍ୟାର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରିବେ । ସ୍ମାର୍ଟ ଇଣ୍ଡିଆ ହାକାଥନ ସହିତ ‘ୟଙ୍ଗ ଲିଡର୍ସ ଡାଏଲଗ’ ଭଳି ପ୍ରୟାସରେ ସାମିଲ ହୋଇ ଏକ ବିକଶିତ ଭାରତ ପାଇଁ ସେମାନଙ୍କର ଆଇଡିଆ ଏକ୍ସଚେଞ୍ଜ୍ କରିବେ । ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମର ଯୁବଶକ୍ତି ହିଁ ଆମର ଆଶା ଓ ପ୍ରେରଣା । ଏଥିପାଇଁ ଭାରତର ଅମୃତ ପିଢ଼ିଙ୍କୁ ସଠିକ୍ ସମୟରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ହାକାଥନ ଇନୋଭସନ ଏବଂ ସୃଜନଶୀଳତାର ହଟସ୍ପଟ୍ ପାଲଟିଛି । ଏହି ପ୍ଲାଟଫର୍ମରେ ସମଗ୍ର ଦେଶର ଛାତ୍ରଛାତ୍ରୀମାନେ ସମସାମୟିକ ଆହ୍ୱାନର ସମାଧାନ ଖୋଜିବା ପାଇଁ ମନ ବଳାଇଛନ୍ତି । ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ନେତୃତ୍ୱ ନେବେ । ତେଣୁ ସେମାନଙ୍କର ଇନୋଭେସନ ଏବଂ ଉତ୍ସାହ ଦ୍ୱାରା ବିଶ୍ୱ ଆହ୍ୱାନର ସମାଧାନ ହୋଇପାରିବ । ଦେଶର ଯୁବବର୍ଗଙ୍କ ପ୍ରତିଭା, ଦୂରଦୃଷ୍ଟି, କଠିନ ପରିଶ୍ରମ, ନେତୃତ୍ୱ ଏବଂ ନୂଆ ଚିନ୍ତାଧାରା ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ଉଭା ହେଉଥିବା ଅର୍ଥନୀତି ପାଇଁ ଏକ ବିକାଶ ମଡେଲ୍ ତଥା ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ଉଭା ହେବା ପାଇଁ ଆମର ମାର୍ଗ ପ୍ରଶସ୍ତ କରିବ । ଦେଶର ନୂଆପିଢିଙ୍କ ମଧ୍ୟରେ ଉଦ୍ଭାବନ, ଉଦ୍ୟମିତା, ସମସ୍ୟା ଆଧାରରେ ସମାଧାନ କରିବା ଏବଂ ଅନୁସନ୍ଧାନର ଆଗ୍ରହକୁ ପ୍ରୋତ୍ସାହନ ଦେବା ଦିଗରେ ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଗମ୍ଭୀର ସମସ୍ୟାର ସମାଧାନ ଖୋଜିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିଗତ ସାତ ବର୍ଷ ଧରି ସ୍ମାର୍ଟ ଇଣ୍ଡିଆ ହାକାଥନ ଆୟୋଜନ ହୋଇଆସୁଛି । ସ୍ମାର୍ଟ ଇଣ୍ଡିଆ ହାକାଥନ ସପ୍ତମ ସଂସ୍କରଣ ଦେଶର ୫୧ଟି ନୋଡାଲ ସେଣ୍ଟରରେ ଆରମ୍ଭ ହୋଇଛି । ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ଶିକ୍ଷା ଓ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର ଉପସ୍ଥିତ ଥିଲେ । ଅନେକ ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ପରାମର୍ଶଦାତାମାନେ ଦେଶର ବିଭିନ୍ନ କେନ୍ଦ୍ରରୁ ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇଥିଲେ ।