oom

ଖଲ୍ଲିକୋଟରେ ମର୍ଦ୍ଦରାଜ ମହୋତ୍ସବ ଉଦ୍‌ଘାଟିତ

jsmm

ଖଲ୍ଲିକୋଟ : ଖଲ୍ଲିକୋଟର ସ୍ୱର୍ଗତ ରାଜାବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ଅବସରରେ ମର୍ଦ୍ଦରାଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଶିଷ୍ଟ ପ୍ରବଚକ ଜ୍ଞାନାନନ୍ଦ ସାଗର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଫୁଲବାଣୀ ସରକାରୀ କଲେଜର ଇତିହାସ ଅଧ୍ୟାପକ ସୁଜିତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମର୍ଦ୍ଦରାଜ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ଡାକ୍ତର ସାକେତ ରାମାରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବର ଉଦ୍‌ଘାଟନ ଦିବସରେ ଡାକ୍ତର ହରପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ପୂଜ୍ୟ ପୂଜା ସାହିତ୍ୟ ସଂସଦର ସମ୍ପାଦକ ମହେଶ୍ୱର ବରାଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ । କେସି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମର୍ଦ୍ଦରାଜ ସାଂସ୍କୃତିକ ପରିଷଦର ସମ୍ପାଦକ ସୁଧାଂଶୁ ଶେଖର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମର୍ଦ୍ଦରାଜ ମହୋତ୍ସବରେ ଥିବା ବିଭିନ୍ନ ଷ୍ଟଲଗୁଡିକ ବୁଲି ଦେଖିଥିଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ମର୍ଦ୍ଦରାଜ ମହୋତ୍ସବର ପ୍ରଥମ ଦିବସରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ ତରଫରୁ ସାମାଜିକ ନାଟକ ମୃତ୍ୟୁ ପରେ ମଣିଷ ରାତିରେ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଏନ୍‌ଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା, ଉପାଧ୍ୟକ୍ଷ ଲିଲି ସାହୁ, ଅରୁଣ କୁମାର ପଣ୍ଡା, ସ୍ନେହଳତା ପଣ୍ଡା, ବିସିସି ବ୍ୟାଙ୍କ ନିର୍ଦ୍ଦେଶକ ରାମମୋହନ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.