ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କଲେ ନିମାପଡାର ଭାଣପୁର ହାଇସ୍କୁଲକୁ

ନିମାପଡା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ନିମାପଡାର ଭାଣପୁର ହାଇସ୍କୁଲକୁ ବିଦ୍ୟାଳୟରେ କୋଭିଡ୍‍-୧୯ ମାର୍ଗଦର୍ଶିକା ସଠିକ୍‍ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ଅଚାନକ ଗସ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଫେବୃଆରୀ ୮ ତାରିଖ ୨୦୨୧ରେ ନବମ ଓ ଏକାଦଶ ଶ୍ରେଣୀର ପାଠ ପଢ଼ା ଆରମ୍ଭ ହେବାନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରତ୍ୟେକ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା, ସାନିଟାଇଜର ବା ହାତଧୁଆ ସାବୁନ ବ୍ୟବହାର କରାଯିବା, ଶ୍ରେଣୀଗୃହକୁ ସଂକ୍ରମଣମୁକ୍ତ କରାଯିବା, ବିଦ୍ୟାଳୟର ପରିସରକୁ ଅତ୍ୟନ୍ତ ପରିଷ୍କାରପରିଚ୍ଛନ୍ନ ରଖିବା, ପରସ୍ପର ମଧ୍ୟରେ ଦୂରତା ବଜାୟ ରଖିବା ଇତ୍ୟାଦି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶାବଳୀ ପଠାଯାଇଥିଲା । ଏହି ନିୟମାବଳୀର ସଠିକ୍‍ ଅନୁପାଳନ ନିରୀକ୍ଷଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବିଦ୍ୟାଳୟଗୁଡିକୁ ଅଚାନକ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.