ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ନିଳାଦ୍ରୀପୁର ଗ୍ରାମର ଧଡା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ଏହି ପ୍ରସିଦ୍ଧ ପୀଠ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୬ ଦିନାତ୍ମକ ଶାରଦୀୟ ଦୁର୍ଗା ପୂଜା ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଆସୁଛି । ସ୍ଵତନ୍ତ୍ର ଭାବେ ବେଦ ପାଠ ଶାଳାର ବିଦ୍ୟାର୍ଥୀଙ୍କ ବେଦମନ୍ତ୍ର ଧ୍ଵନିର ଏକ ନିଆରା ପ୍ରତିଧ୍ଵନିରେ ପୂଜା ସମ୍ଭାର ଏକ ଅନୁପମ ଅବଦାନ ଆଣିଛି । ଦୈନିକ ସକାଳେ ଓ ସନ୍ଧ୍ୟାରେ ଏପରିକି ମଧ୍ୟରାତ୍ରୀରେ ମଧ୍ୟ ଏଠିି ଗହଳ ଚହଳ ଲାଗି ରହିଥାଏ । ଗତ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ଭାବେ ଶାରଦୀୟ ଦୁର୍ଗା ଉତ୍ସବ ପାଳନ ପୂର୍ବକ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନ ସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ, ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଓଡ଼ିଶା ଖାଦ୍ୟ ନିଗମ ନିର୍ଦ୍ଦେଶକ ପ୍ରଶାନ୍ତ ନାୟକ, ସମାଜ ସେବୀ ଦୀପକ ମୁଦୁଲି, ସମାଜ ସେବୀ କୃଷ୍ଣଚନ୍ଦ୍ର ନାୟକ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଯୋଗଦେଇ ମା’ ରାମଚଣ୍ଡୀଙ୍କ ପୀଠର କାର୍ଯ୍ୟକର୍ତ୍ତା, ବହୁ ଉତ୍ସାହୀ ଉଦ୍ୟକ୍ତା, ସ୍ୱେଚ୍ଛାସେବୀ, ସମାଜସେବୀ, ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମନ୍ଦିର ପୂଜା କମିଟିର ସଂଯୋଜକ କମଲ କୁମାର ପଣ୍ଡା, ସହ-ସଂଯୋଜକ ତୁଷାର କାନ୍ତ ଶତପଥୀ, ଏହାକୁ ପରିଚାଳନା କରିଥିଲେ । ଗୁରୁଜୀ ଦୀପକ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ଚଣ୍ଡୀ ମନ୍ଦିରରେ ବେଦ ପାଠର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଶେଷରେ ଧନ୍ୟବାଦ୍ ଜଣାଇଥିଲେ । ମନ୍ଦିରରେ ଷୋଡଶ ଉପଚାର ବିଧିବିଧାନର ପରମ୍ପରାର ବିଧିବଦ୍ଧ ପୂଜା ହୋମ, ଯଜ୍ଞ, ମନ୍ତ୍ରପାଠ ଆଦି ଦେବୀଙ୍କ ଲୀଳା ଦେଖୀ ଅଗଣିତ ଭକ୍ତ ଦେଖି ବିମୋହିତ ହୋଇଛନ୍ତି । ପ୍ରତିଦିନ ସମସ୍ତ ଆଗନ୍ତୁକ ଅତିଥି, ଭକ୍ତଗଣ ଶାରଦୀୟ ଦୁର୍ଗାଙ୍କ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଭକ୍ତ ଖୁସି ବ୍ୟକ୍ତ କରିଛନ୍ତି । ଭକ୍ତଜନ ମା’ ରାମଚଣ୍ଡୀଙ୍କ ଦିବ୍ୟଦର୍ଶନ କରି ବିଭୂକୃପା ଲାଭ କରି ସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.