oom

ଅତିରିକ୍ତ ଜିଲ୍ଲପାଳଙ୍କ ସହ ବିଜେପି ପ୍ରତିନିଧି ମଣ୍ଡଳୀଙ୍କ ଆଲୋଚନା ପରେ ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ରକୁ ଗତ କାଲି ବିଜେପିର ଏକ ପ୍ରତନିଧି ମଣ୍ଡଳୀ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଆହାର କେନ୍ଦ୍ରକୁ ପରିଦର୍ଶନ କରି କିଛିଦିନ ତଳେ ଆହାର କେନ୍ଦ୍ର କାହିଁକି ବନ୍ଦ ହୋଇଛି ସେ ବିଷୟରେ କଥାବାର୍ତ୍ତା କରିବାକୁ ଯାଇଥିଲେ । ଏହାପରେ ପ୍ରତିନିଧି ଦଳ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା ଆଜି କରିବା ପରେ ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି । ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ସରୋଜ କୁମାର ଦାସ, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ କୁମାର ମାହେଶ୍ୱରୀ ଆହାର କେନ୍ଦ୍ର ଯାଇ ବୁଲି ଦେଖିଥିଲେ । ଏହା ପୁନଃ କାର୍ଯ୍ୟକ୍ଷମ ହୋଇଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ନିଜେ ବିଧାୟକ ଓ ନେତୃ ମଣ୍ଡଳୀ ଟିକେଟ କାଟି ଆହାର ଭୋଜନ କରୁ ଥିବା ଲୋକଙ୍କ ସହିତ ବସି ଭୋଜନ କରିଥିଲେ । ଏହାର ତୁରନ୍ତ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରତିନିଧି ଦଳ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଆହାରକେନ୍ଦ୍ର ଦ୍ୱାରା ଉପକୃତ ହେଉଥିବା ବ୍ୟକ୍ତିମାନଙ୍କ ମନରେ ଆନ୍ଦର ଲହରୀ ଖେଳିଯାଇଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.