ମାଲ୍ୟବନ୍ତ ମହୋତ୍ସବରେ ଦୁଲିକିଲା ମାଲକାନଗିରି ସହର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ରବିବାର ହେଉଛି ପ୍ରଥମ ଦିବସ । ଏହି ଅବସରରେ ଜଗନ୍ନାଥ ମନ୍ଦିରରୁ ବିରାଟ କଳସ ଶୋଭାଯାତ୍ରା ବାଦ୍ୟ ନୃତ୍ୟର ତାଳେ ତାଳେ ମାଲ୍ୟବନ୍ତ ମଣ୍ଡପ ନିକଟରେ ପହଁଚିବା ପରେ ଜଗନ୍ନାଥମନ୍ଦିରରେ ଜିଲ୍ଲାପାଳ ବିଶାଲ ସିଂ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନେଇ କଳସ ସୋଭାଯାତ୍ରକୁ ଉଦ୍‌ଘାଟନ କରିଥିଲେ । ଦୁଲ ଦୁଲି, ଘଂଟା ମୃଦୁଙ୍ଗ ବାଜା, ରଣପା, ଶଂଙ୍ଖ, କୋୟା, ପରଜା, ଢେମସା, ଆଦି ନୃତ୍ୟ ମାଧ୍ୟମରେ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରାରେ ୫୦ହଜାରରୁ ଅଧିକ ଦର୍ଶକ ଯୋଗଦେଇ ବାଦ୍ୟର ତାଳେ ତାଳେ ନୃତ୍ୟରେ ମଣ୍ଡପ ନିକଟକୁ ଯାଇଥିଲେ ।

Leave A Reply

Your email address will not be published.