ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ

ନୂଆପଡ଼ା, (ନିରାକାର ମେହେର) : ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର କଳାପ୍ରେମୀ । ଦୀର୍ଘ ୧୭ ବର୍ଷ ହେବ ଖଡ଼ିଆଳରେ ଏହି ମହୋତ୍ସବ ପାଳିତ ହୋଇଆସୁଛି । ଏହି ୧୭ତମ ଖଡ଼ିଆଳ ମହୋତ୍ସବ ନୂଆପଡା ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜକ କମିଟିଙ୍କ ସହ ଖଡ଼ିଆଳବାସୀ ପ୍ରଥମେ ମା’ ସମଲେଶ୍ୱରୀ, ମା’ ଠାକୁରାଣୀ ବଡ଼ ଦଧିବାମନ ଏବଂ ଗଡଜାତ ଦେବୀ ରକ୍ତାମ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା କରି ପ୍ରସିଦ୍ଧ ଯୋଗୀମଠରୁ ମଶାଲ ଅଣାଯାଇଥିଲା । ଏହି ଅବସରରେ ବଜାଗଯା, ଘୁମୁରା, ସଂକୀର୍ତ୍ତନ ଓ ଆଦିବାସୀ ଲୋକନୃତ୍ୟରେ ଏକ ବିରାଟ ଶୋଭାଯାତ୍ରା କରି ନଗର ପରିକ୍ରମା କରି ମହୋତ୍ସବ ପଡିଆରେ ପହଞ୍ଚି ଥିଲେ । ଏଥିରେ କଳାହାଣ୍ଡି କଳାକେନ୍ଦ୍ରର ଓଡିଶୀ, ତୁଷରା କୃଷ୍ଣପ୍ରିୟାର ଘୁଡୁକା ନାଚ, ବଲାଙ୍ଗିର ଚୀନୀଚମ୍ପା ଅନୁଷ୍ଠାନର ମଡୁଆସାଲ, କୋଲକତାର ବଙ୍ଗାଳି ଲୋକନୃତ୍ୟ, ଛତିଶଗଡ଼ର କରମା ସାଙ୍ଗକୁ ବଲାଙ୍ଗିରର ଢୋଲ ମୁହୁରୀ କଳାପରିଷଦର ବଜାସାଲ ନାଚରେ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲେ ।

Leave A Reply

Your email address will not be published.