oom

ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ମହୋତ୍ସବ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ହକି ବିଶ୍ୱକପ ଅବସରରେ ପ୍ରଶାସନ ପକ୍ଷରୁ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ୧୫ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବିଇଓ ଭାଗିରଥି ବେହେରା, ଏବିଇଓ ବିଜୟ ଚନ୍ଦ୍ର ବେହେରା ପ୍ରମୁଖ ମଂଚାସୀନ ରହିଥିଲେ । ୱେଲଫର ଅଫିସର ପ୍ରକାଶ କୁମାର ନାୟକ ସଂଯୋଜନା କରିଥିଲେ । ବିଧାୟକ ଖେଳାଳିମାନଙ୍କୁ ଖେଳ ପାଇଁ ଉତ୍ସାହିତ କରିବା ସହ ଉତ୍ତମ ଶରୀର ଗଠନ ପାଇଁ କ୍ରୀଡା ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବ୍ଲକ ଅଧୀନରେ ଥିବା ୩ ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଗଞ୍ଜାମ କଲେଜରୁ ୫୭ ଜଣ ଛାତ୍ର ଓ ୨୩ ଜଣ ଛାତ୍ରୀ, ଖଣ୍ଡିଦେଉଳି କଲେଜରୁ ୧୫ ଜଣ ଛାତ୍ର ଓ ୧୦ ଜଣ ଛାତ୍ରୀ, ରମ୍ଭା କଲେଜରୁ ୭ ଜଣ ଓ ଛାତ୍ର ୬ ଜଣ ଛାତ୍ରୀ ସମୁଦାୟ ୧୧୮ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଦୌଡ଼, ଖୋ ଖୋ, କବାଡି, ସଟଫୁଟ୍‌, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିଲା । ଏଥିରେ ଦଳଗତ କ୍ରୀଡାରେ ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିଥିଲେ । ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ସୁରେଶ କୁମାର ପାତ୍ର, ସଂଜୀବ କୁମାର ନାୟକ, ସୁଶାନ୍ତ ସାହୁ, ପ୍ରିତମ ବେହେରା, ରାଜେଶ ଦୀକ୍ଷିତ, ସୁନିଲ କୁମାର ବେହେରା, ମନୋଜ ବେହେରା ମାଝୀ ପ୍ରମୁଖ ଖେଳ ପ୍ରଶିକ୍ଷକଙ୍କ ଦ୍ୱରା ବିଭିନ୍ନ କ୍ରୀଡା ପରିଚାଳନା କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ସୁରଥ ପାହାନ, ଗଗନ ସ୍ୱାଇଁ, ଲିଙ୍ଗରାଜ ମହାପାତ୍ର, ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼, ନୀଳାଞ୍ଚଳ ବେହେରା, ଦିଲିପ ନାୟକଙ୍କ ସମେତ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.